କରୋନା ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଇଛି କରୋନା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦ ଥିଲା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଲେଖାଏଁ, ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଗଞ୍ଜମରେ ପ୍ରାଣ ହରାଇଥିବା ୪ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୭୩, ୫୮, ୫୦, ୪୨ ରହିଛି । ସୁନ୍ଦରଗଡର ୫୫ ବର୍ଷୀୟ ମହିଳା ଉଚ୍ଚରକ୍ତ ଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ସେହିପରି ଆଉ ଜଣେ ୫୫ ପୁରୁଷ ହୃତପିଣ୍ଡ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକର ୩୦ ବର୍ଷୀୟ ମହିଳା କିଡନ ରେଗାରେ ଆକ୍ରାନ୍ତ ଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ ବରଣ କରିଥିବା ଭୁବନେଶ୍ୱର ୩୨ ବର୍ଷୀୟ ଯୁବକ ଡାଇବେଟିସ, ଉଚ୍ଚରକ୍ତଚାପ, ୮୦ ବର୍ଷୀୟ ବୃଦ୍ଧା ପୂର୍ବରୁ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି ।

Comments (0)
Add Comment