କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ : ମୁଖମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଯୋଦ୍ଧାମାନେ ସଂକ୍ରମଣ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡିର କୋଭିଡ଼ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଅସୀମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକ ଅସୁସ୍ଥ ଯୋଦ୍ଧାମାନଙ୍କ ଆଶୁ ଆରୋଗ୍ୟ କାମନା କରି କହିଛନ୍ତି ଯେ ବର୍ତମାନ ସମୟରେ ଦାୟିତ୍ୱବୋଧ ଓ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ । ଏହି ଯୁଦ୍ଧ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜ ସ୍ତରରେ ସଚେତନ ଓ ଆତ୍ମଶୃଙ୍ଖଳା ବଜାୟ ରଖିବାକୁ ପଡିବ । ଏହାଦ୍ୱାରା କୋଭିଡ଼ି ଯୋଦ୍ଧାମାନଙ୍କୁ ଉପଯକ୍ତ ସମ୍ମାନ ମିଳିପାରିବ । ମୁଖମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ବାବଦକୁ ୫୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଜଣାଯାଇଛି । ଯେଉଁ ପ୍ରବାସୀମାନେ ତାଙ୍କର ସଙ୍ଗରୋଧ ସମୟ ଶେଷ କରିଛନ୍ତି ସେମାନଙ୍କୁ ପ୍ରୋତ୍ସହନ ରାଶି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Comments (0)
Add Comment