କରୋନା ସ୍ଥିତି ପାଇଁ ଇ.ସି ଦାୟୀ

ଚେନ୍ନାଇ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ତଥା ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ନିର୍ବାଚନ କମିସନ୍ ଦାୟୀ ବୋଲି ଆଜି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ଗତ ଅଳ୍ପ କେତେ ମାସ ହେବ ପ୍ରଚାର ଅଭିଯାନ ଚଳାଇବା ବେଳେ କରୋନା ନିୟମମାନୁ ନଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ କମିସନ୍ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛି । ତେଣୁ, ଏହା ବିପକ୍ଷରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ୍ ବୋଲି ଅଦାଲତ୍ କହିଛନ୍ତି ।
ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ସେନ୍ତିକୁମାର ରାମମୂର୍ତିଙ୍କୁ ନେଇ ଗଠିତ ପ୍ରଥମ ଖଣ୍ଡପୀଠ କହିଛନ୍ତି, ଆଜି ଆମେ ଯେଉଁ ଅବସ୍ଥାରେ ଅଛୁ, ସେଥି ପାଇଁ ଦାୟୀ ଏକମାତ୍ର ପ୍ରତିଷ୍ଠାନ ହେଉଛନ୍ତି ଆପଣ (ନିର୍ବାଚନ କମିସନ୍) । ଆପଣଙ୍କର କୌଣସି କର୍ତୃତ୍ୱ ନାହିଁ । କୋଭିଡ ନିୟମ ପାଳନ କର, କୋଭିଡ ନିୟମ ପାଳନ କର ବୋଲି ଅଦାଲତ ଆଦେଶ ଦେବା ସତ୍ୱେ ଆପଣ ର୍ୟାଲିା, ସଭା, ଶୋଭାଯାତ୍ରା କରୁଥିବା ରାଜନୈତିକ ଦଳମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।
ଠିକଣା ଭାବେ କୋଭିଡ୍ ନିୟମ ପାଳନ କରାଯିବା ସଂକ୍ରାନ୍ତରେ ମେ’ ୨ ତାରିଖ ପୂର୍ବରୁ ନକ୍ସା ପ୍ରସ୍ତୁତି ନ କଲେ ଆମେ ଭୋଟ୍ ଗଣତି ବନ୍ଦ କରାଇଦେବୁ ବୋଲି ଅଦାଲତ୍ କଡା ଚେତାବନୀ ଦେଇଛନ୍ତି । ସମ୍ପ୍ରତି ଜନସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେଣୁ, ଅଧିକ ସଂକ୍ରମଣ ନ କରାଇ ଦେବା ପାଇଁ ମେ’ ୨ ତାରିଖ ଦିନ କୌଣସି ମତେ ଭୋଟ୍ ଗଣାଇ ଦେବୁନାହିଁ ।
ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍ ଆର୍ ବିଜୟଭାସ୍କର କରିଥିବା ଆବେଦନର ଶୁଣାଣୀ ଅବସରରେ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି । ବିଜୟଭାସ୍କର ଆବେଦନ କରିଥିଲେ କି, କରୁର ନିର୍ବାଚନ ମଣ୍ଡଳୀରେ ୭୭ଗଣ ପ୍ରାଥର୍୍ୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ମେ ୨ରେ ହେବାକୁ ଥିବା ଭୋଟ୍ ଗଣନାରେ କଟକଣା ସହ ନିରପେକ୍ଷତା ବଜାୟ ରଖିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିସନ୍କୁ ଅଦାଲତ ନିଦେ୍ର୍ଧଶ ଦିଅନ୍ତୁ । ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ଦ୍ୱିତୀୟ ଲହର ତଥା ସଂକ୍ରମଣ ବୃଦ୍ଧି ନେଇ ରାଜନୈତିକ ଦଳ ଗୁଡିକ ଉପରେ କୌଣସି ଅଙ୍କୁଶ ଲଗାଇନଥିବାରୁ କୋଲକାତା ହାଇକୋର୍ଟ ମଧ୍ୟ ନିକଟରେ ନିର୍ବାଚନ କମିଶନକୁ କଟୁ ଭସôନା କରିଥିଲେ ।

Comments (0)
Add Comment