କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ, ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ

ଗଡ଼ମଧୁପୁର: ବର୍ଷ ବର୍ଷ ଧରି ବାଟ ପଡିଯାଇଥିବା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଞ୍ଚାୟତରୁ ଜାରକା ଭାୟା କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ। ଏନେଇ ଗ୍ରମ୍ୟ ଉନ୍ନୟନ ବିଭାଗର ନିର୍ଦେଶ ଓ ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ ପରେ ରାସ୍ତା ତିଆରି ଚାଲିଛି। ପାଟ ଭିତରେ ମାଟିର ଅଭାବ ହେତୁ କାର୍ଯ୍ୟ ଧିମା ଗତିରେ ଚାଲିଥିଲେ ବି ଆସନ୍ତା ମାର୍ଚ୍ଚମାସ ଶେଷ ଭିତରେ ରାସ୍ତାରେ ମାଟି ବିଛା କାମ ସରିଜିବାର ଯଥେଷ୍ଠ ସମ୍ଭାବନା ସୃଷ୍ଟି ହୋଇଛି। ଏକ ତୃତୀୟାଂଶ ମାଟିକାମ ଏବେ ସରିବା ଉପରେ। ଏହି ରାସ୍ତା ମଧ୍ୟରେ ଦୁଇଟି ଯାଗାରେ କୁଆଁରିଆ ନାଳ ଓ ବ୍ରାହ୍ମଣୀର ବଢି ପାଣି ନିଷ୍କାସନ ନିମିତ୍ତପୋଲ ନିର୍ମାଣର ଯୋଜନା ରହିଛି। ସେଥିମଧ୍ୟରୁ ଗୋଟିଏ ପୋଲ ନିର୍ମାଣ ଶେଷ ପର୍ଯ୍ୟୟରେ ପହଞ୍ଚି ଥିବା ବେଳେ ଅନ୍ୟ ପୋଲଟି ଏ ପର୍ଯ୍ୟନ୍ତ ଲେଆଉଟ ହୋଇପାରି ନାହିଁ। ଏହି ରାସ୍ତା ଉପରେ ନିର୍ଭର କରି ଦୀର୍ଘ ବର୍ଷରୁ ଯାତାୟତ ପାଇଁ ଚାତକ ପରି ଚାହିଁ ରହିଥିବା ଲୋକମାନଙ୍କ ଆଶାରେ ଅଶଂକା ସୃଷ୍ଟି କରିଛି ଜଳବିଭାଜନ(ଡ୍ରେନେଜ) ବିଭାଗ। ଆଜକୁ କିଛି ବର୍ଷ ତଳେ ଏଠାରେ ନାଳ ଉପରେ ବିଭାଗର ଏକ ପୋଲ ନିର୍ମାଣ ହୋଇଥିଲା। ସେତେବେଳେ ଆଶା କରାଯାଉଥିଲା ପୋଲ ନିର୍ମାଣ ହେଉଛି। ରାସ୍ତା ବୋଧେ ଜାରକାକୁ ଖୋଲିବ। କିନ୍ତୁ ସେପରି ହୋଇନଥିଲା। ନିର୍ମାଣ ଦିନଠାରୁ ସେହି ପୋଲ ଉପରଦେଇ କୌଣସି ଦିନ କେହି ହେଲେ ଯାତାୟତ କରି ନାହାଁନ୍ତି। ଉଭୟ ଦିଗରୁ କୌଣସି ରାସ୍ତା ସଂଯୋଗ ନଥିବାରୁ ଏହି ପୋଲଟି ଅଚଳ ହୋଇପଡିରହିଛି। ଏବେ ଏହି ନୂଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ତିଆରି ବେଳେ ଏହି ପୋଲ ନିହାତି ଭାଙ୍ଗିବା ଜରୁରୀ ହୋଇପଡିଛି। ପୋଲଟି ସଙ୍କୀର୍ଣ୍ଣ ହୋଇଥିବାରୁ ଏବଂ ଆରଡି ରାସ୍ତାର ଭାର ବହନ କରିବାକୁ ଏହି ପୋଲ ଅନୁପୋଯୋଗୀ। ରାସ୍ତା ମଝିରେ ପୋଲଟି ରହିଯାଉଥିବାରୁ ତାକୁ ଛାଡି ସେଠାରେ ଅନ୍ୟତ୍ର ପୋଲ ନିର୍ମାଣ ମଧ୍ୟ ସମ୍ଭବପର ନୁହେଁ। ସେଥି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଅଦରକାରୀ ପୋଲକୁ ଭାଙ୍ଗୁିବାକୁ ଡ୍ରେନେଜ ବିଭାଗକୁ ଚିଠି କରିଥିବା କହୁଛି। ହେଲେ ଉଭୟ ବିଭାଗ ମଧ୍ୟରେ ସମୁନ୍ନୟ ଅଭାବରୁ ପୋଲ ଭାଙ୍ଗିବାକୁ ନିର୍ଦ୍ଦେଶ ଆସୁନାହିଁ। ନିର୍ବାହୀ ଯନ୍ତ୍ରୀ ଜଳ ବିଭାଜନ(ଡ୍ରେନେଜ) ବିଭାଗଙ୍କୁ ଚିଠି ବିଷୟରେ ପଚାରିବାରେ ସେ କିଛି ଜାଣି ନଥିବା ଯଦି ଆପଣ ଜାଣିଛନ୍ତି ଆମକୁ ଲେଖି ଦିଅନ୍ତୁ ବୋଲି କହିଥିଲେ। ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ ସେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାର କହୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ସହକାରୀଙ୍କୁ ପଚାର ବୋଲି କହି ଏଡାଇ ଯାଉଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପୋଲ ଭାଙ୍ଗିବାର ନିର୍ଦ୍ଦେଶପାଇଁ ଚିଠି କରିଦେଇ ତାର କର୍ତ୍ତବ୍ୟ ସାରିଦେଲା ଭଳି ମନେ ହେଉଛି। ଫଳରେ ରାସ୍ତା ଭାଗ୍ୟ ଏବେ ବିଭାଗୀୟ ସମୁନ୍ୱୟ ଅଭାବାରୁ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଠିକାଦାରକୁ ପଚାରିବାରେ ସେ କହନ୍ତି ଭାଙ୍ଗିବାକୁ ନିର୍ଦେଶ ପାଇଁ ଚିଠି ଯାଇଛି, ନିର୍ଦେଶ ମିଳିଲେ ଭାଙ୍ଗି ଶୀଘ୍ର କାମ ଆରମ୍ଭ କରାଯିବ ନ ହେଲେ ଆମେ କିଛି କରିପାରିବୁ ନାହିଁ। କାମଟି ତିନି ବର୍ଷର ହୋଇଥିବାରୁ ଠିକାଦାର କେତେବେଳେ କାମ ଛାଡି ଚାଲଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇନପାରେ। ଯଦି ସେପରି ହୁଏ ଠିକାଦାର ମାଟି ଓ ଗୋଟିଏ ପୋଲ ବିଲ ନେଇ ଚାଲିଯାଏ ତେବେ ରାସ୍ତା ଅଧାପନ୍ତରିଆ ରହିବା ସହିତ ଲୋକମାନଙ୍କର ଦୀର୍ଘ ଦିନର ଆଶା ଆଶାରେ ରହିଯିବ। ଏଥି ସହିତ ଆଗାମି ମାର୍ଚ୍ଚ ମାସପରେ ବର୍ଷାଦିନ ଆସୁଥିବାରୁ ଏହି ରାସ୍ତା ଆଉ ଯାତାୟତ ଉପଯୋଗୀ ହୋଇ ରହିବ ନାହିଁ। ମଧୁପରଗଡ ଲୋକମାନେ ସିଧାସଳଖ ବ୍ଲକ ଓ ତହସିଲ ସହିତ ସମ୍ପର୍କ ରକ୍ଷା କରିବାର ମାଧ୍ୟମ ବେଣାପାଟ ରାସ୍ତା ଅଧାପନ୍ତରିଆ ହୋଇ ରହିଯିବ। ଜାରକାରେ ପହଞ୍ôଚବାକୁ ଅଧ ଘଣ୍ଟାଏରୁ ଅଧିକ ସମୟ ଲାଗୁଥିବା ବେଳେ ଏହି ରାସ୍ତା ହେବା ଦ୍ୱାରା ମାତ୍ର ୧୨ ମିନିଟରେ ଜାରକାରେ ପହଞ୍ôଚ ହେଉଛି। ଏହି ରାସ୍ତା କାର୍ଯ୍ୟ ଶୀଘ୍ର ସେଷ ହେଲେ ମଧୁପୁରଗଡ, ମହିଶରା, ସମ୍ପାରୁ, ପୁରୁଣାବଉଳମାଳ, ସାହାଣୀଡିହ ଓ ଢେଙ୍କାନାଳ ଜିଲାର କେତେକ ପଞ୍ଚାୟତର ଲୋକମାନେ ଉପକୃତ ହେବେ। ଡ୍ରେନେଜ ବିଭାଗ ତୁରନ୍ତ ପୋଲ ଭାଙ୍ଗିବାକୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେବା ସହିତ ଜିଲାପାଳ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Comments (0)
Add Comment