କାଭିଆର୍ ଡେ

‘କାଭିଆର୍ ଡେ’ । ଛବିଶ ପ୍ରଜାତିର ଷ୍ଟର୍ଜନ୍ ମାଛର ମଞ୍ଜିକୁ କାଭିଆର କୁହାଯାଏ । ବିଶ୍ୱର ଦୁର୍ମୂଲ୍ୟ ଖାଦ୍ୟ ପଦାର୍ଥ ଭିତରେ ଏହା ଗୋଟିଏ । ଷାଠିଏରୁ ଶହେ ବର୍ଷ ବୟସ୍କ ଇରାନିଆନ୍ ବେଲୁଗା ଷ୍ଟର୍ଜନ୍ର ମଞ୍ଜିକୁ ‘ଆଲ୍ମାସ କାଭିଆର’ କୁହାଯାଏ । ଏହା ସବୁଠୁ ମୂଲ୍ୟବାନ ହୋଇଥାଏ । ଏହା ଏକ କିଲୋଗ୍ରାମର ମୂଲ୍ୟ ୩୫ ହଜାର ଡଲାର୍ ହୋଇଥାଏ ।

ଅଧିକାଂଶ ଷ୍ଟର୍ଜନ୍ ପ୍ରଜାତି ବିଲୁପ୍ତି ମୁହଁରେ ଥିବାରୁ , ଏହାର ମଞ୍ଜି ସଂଗ୍ରହ ଉରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ , ୧୯୬୦ ପରଠାରୁ ଏହାର ମୂଲ୍ୟ କ୍ରମାଗତ ବଢିଚାଲିଛି । ଏହା ପ୍ରାକୃତିକ ଭାଏଗ୍ରା । କାସ୍ପିଆନ୍ ସାଗରରୁ ସର୍ବାଧିକ କାଭିଆନ ମିଳେ । କାଭିଆର ଉତ୍ପାଦନ କୌଣଳ ଶିକ୍ଷା କରିବା ପାଇଁ ୧୦-୧୫ ବର୍ଷ ଲାଗିଯାଏ ।

Comments (0)
Add Comment