ଚମ୍ପୁଆ, ୮.୬ (ନି.ପ୍ର.): ଏନ୍ଏସି ଅଂଚଳରେ ଜବକାର୍ଡଧାରୀ , ପ୍ରବାସୀ ଓ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସରକାରୀ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଉନଥିବା ପ୍ରତିବାଦରେ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ପାଂଚପୋଖରିଆା ଗାଁରେ ଏନ୍ଏସି ତରଫରୁ ରାସ୍ତ କଡରେ ବୃକ୍ଷରୋପଣ କାର୍ଯ୍ୟ କରାଯାଉଛି । କୌଣସି ପୂର୍ବ ସୂଚନା ନଥାଇ, ଗାଁରେ ମିଟିଂ ନକରି ଏପରିକି ସ୍ଥାନୀୟ କାଉନସିଲରଙ୍କୁ ଅନ୍ଧକାରର ରଖି ଏନ୍ଏସି ତରଫରୁ ଗୋଧୂଳି ଗ୍ରାମର ଜଣେ ମୁନସି କିଛି ନାବାଳକ ପିଲାମାନଙ୍କୁ ଆଣି ବୃକ୍ଷରୋପଣ କର୍ଯ୍ୟ ଚାଲୁ ରଖିଛି । ଆରମ୍ଭ ଏହାର ପ୍ରତିବାଦ କରିବାସହ ଆମ ଗ୍ରାମର ଶ୍ରମିକ ଓ ଏସଏସଜି ମହିଳାମାନେ ଏ କାର୍ଯ୍ୟ କରିବା ପାଇଁ ଅଡି ବସିଲୁ । ମହାମାରୀ କରୋନା ଲ୍କଡାଉନ୍ ସମୟରେ ଶ୍ରମିକମାନେ କାମଧନ୍ଦା ନପାଇ ଦୁଃଖ ଦୁର୍ଦ୍ଧଶା ଭୋଗୁଥିବା ବେଳେ ଏନ୍ଏସିର ଏଭଳି ମନମାନି ନୀତିକୁ ସାଧାରଣରେ ନାପସନ୍ଦ କରାଯାଇଛି । ଜବକାର୍ଡଧାରୀ, ପ୍ରବାସୀ ଶ୍ରମିକ ଏବଂ ଏସଏସଜି ମହିଳା ମାନଙ୍କୁ ନିଜ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ଭାଗିଦାର କରିବା ପାଇଁ ସରକାରୀ ନିର୍ଦେଶ ଥିଲେହେଁ, ଏହି ନିୟମକୁ ଏଠାରେ ପୂର୍ବକ ଫୁ କରାଯାଉଥିବା ଅଭିଯୋଗ ହେଉଛି । ଆଜି କାଉନସିଲର ଧରଣୀଧର ନାଏକ, ଉନ୍ନତି ପ୍ରମାଣିକ, ସରସ୍ୱତୀ ମହାନ୍ତଙ୍କ ସମେତ ୪୦ରୁ ଉଦ୍ଧ୍ୱର୍ ଶ୍ରମିକ ଓ ଏସଏସଜି ମହିଳା ମାନେ ଉପଜିଲ୍ଳାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏ ଘଟଣାର ଅନୁସନ୍ଧାନ କରି ସମସ୍ତ ଶ୍ରମିକମାନଙ୍କୁ ଶ୍ରମ କାର୍ଯ୍ୟ ଦିବସ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବା ଜଣାପଡିଛି । ଏହାର ଏକକିତା ନକଲ କାର୍ଯ୍ୟ ନିର୍ବୋଦୀ ଅଧିକାରୀ ଓ ବିଡିଓ ଚମ୍ପୁଆଙ୍କୁ ଦେଇଥିବା ଜଣାପଡିଛି ।