କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ !

ନୂଆଦିଲ୍ଲୀ- ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ସଚିନ ପାଇଲଟଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ରାଜ୍ୟ ମୁଖ୍ୟ ପଦରୁ ବରଖାସ୍ତ କରାଯାଇଛି । ସଚିନଙ୍କ ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଗେହଲଟ ସରକାର ସରକାରଙ୍କ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଛି । ତେବେ ସଚିନ ଓ ତାଙ୍କ ସମର୍ଥଙ୍କମାନଙ୍କୁ କାହିଁକି ଏଯାଏ କଂଗ୍ରେସ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ କରୁନାହିଁ , ତା’କୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ପାଇଲଟ୍ଙ୍କ କହିବା ଅନୁସାରେ , ତାଙ୍କ ପାଖରେ ୧୭ଜଣ କଂଗ୍ରେସ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଯଦି ଏହି ୧୭ଜଣଙ୍କୁ ବରଖାସ୍ତ କରାଯାଏ, ତା’ ହେଲେ ସଂସଦରେ ପାରିତ ଆଇନ ଅନୁଯାୟୀ ସେମାନେ ବ୍ୟକ୍ତିଗତ ବ୍ଲକ ତିଆରି କରିପପାରିବେ । ଏପରି କି ସେମାନେ ବିଜେପିରେ ମଧ୍ୟ ଯୋଗଦେଇ ବିଧାନସଭାର ଆସ୍ଥା ଭୋଟ ବେଳେ ସରକାରଙ୍କ ବିରୋଧରେ ଭୋଟିଂ କରିପାରିବେ । ଯଦି ଆସ୍ଥା ଭୋଟ ପୂର୍ବରୁ କଂଗ୍ରେସ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଦେବ, ତା ହେଲେ ଗେହଲଟ ସରକାର ଆସ୍ଥା ଭୋଟ ବେଳେ ଆବଣ୍ୟକ ମ୍ୟାଜିକ ନମ୍ବର କମ୍ କରିପାରିବେ । ବର୍ତମାନ ସରକାର ଗଠନ ।ଇଁ ମ୍ୟାଜିକ ନମ୍ବର ହେଉଛି ୧୦୧ । ଦଳବଦଳ ନିରୋଧି ଆଇନ ବଳରେ ୧୭ବିଧାୟକ ଅଯୋଗ୍ୟ ଘୋଷିତ ହେଲେ , ବିଧାନସଭାରେ ମ୍ୟାଜିକ ନମ୍ବର ୯୨କୁ ହ୍ରାସ ପାଇବ ।

Comments (0)
Add Comment