କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଆଖୁ ଚାଷୀଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଆଖୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଆଖୁ ଚାଷ କରୁଥିବା କୃଷକମାନଙ୍କୁ ୩୫୦୦ କୋଟି ଟଙ୍କା ରପ୍ତାନି ରିଆତି, ୧୮ ହଜାର କୋଟି ଟଙ୍କାର ରପ୍ତାନି ଲାଭ ଏବଂ ଅନ୍ୟାନ୍ୟ ରିଆତି ପ୍ରଦାନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି । କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସରକାର ୬ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ରିହାତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ରିଆତି ହିସାବରେ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିବେ। ସେ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କୋଟି କୋଟି କୃଷକ ଏବଂ ଲକ୍ଷ ଲକ୍ଷ ଶ୍ରମିକ ପ୍ରତ୍ୟକ୍ଷ ଲାଭ ପାଇବେ। ଜାଭଡେକର କହିଛନ୍ତି ଯେ ଆନ୍ତଃ ରାଜ୍ୟ ପରିବହନ ଏବଂ ବିତରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୬ଟି ରାଜ୍ୟ ପାଇଁ ଉତ୍ତର ପୂର୍ବାଞ୍ଚଳ ପାୱାର ସିଷ୍ଟମ ଉନ୍ନତି ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି।

Comments (0)
Add Comment