କୃଷି ଆଇନ ବିରୋଧରେ କେରଳ ସରକାରଙ୍କ ସ୍ୱତନ୍ତ୍ର ଅଧିବେଶନ

ଥିରୁଭାନନ୍ତୁରମ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କେରଳ ସରକାର ଗୁରୁବାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି ।ଅଧିବେଶନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ ।ଏହାକୁ କଂଗ୍ରେସ ସହିତ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ବିଧାନସଭାରେ ପ୍ରସ୍ତାବ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ ବାସ୍ତବିକ ସମସ୍ୟା ଗୁଡିକୁ ଦୂର କରାଯିବା ଦରକାର ଏବଂ କେନ୍ଦ୍ର ସରକାର ୩ଟି ଯାକ ଆଇନ ପ୍ରତ୍ୟାହାର କରିନେବା ଉଚିତ । ଏହି ଆଇନ କେବଳ କର୍ପୋରେଟ ସଂସ୍ଥାଗୁଡିକର ହିତ ପାଇଁ ହୋଇଛି । ପ୍ରସ୍ତାବ ପାରିତ ହେବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ବର୍ତମାନ ସ୍ଥିତି ଏହା ସ୍ପଷ୍ଟ କରୁଛି ଯେ ଯଦି କୃଷକମାନଙ୍କ ଆନେ୍ଦାଳନ ଜାରି ରୁହେ, ତେବେ ଏହା କେରଳକୁ ଗମ୍ଭୀର ରୂପରେ ପ୍ରଭାବିତ କରିବ । ଯଦି ଅନ୍ୟ ରାଜ୍ୟଗୁଡିକରୁ ଖାଦ୍ୟପଦାର୍ଥ ଯୋଗାଣ ବନ୍ଦ ହୋଇଯିବ , ତେବେ କେରଳରେ ଅନାହାର ପରିସ୍ଥିତି ସୃଷ୍ଟି ହେବ ଏଥିରେ କୌଣସି ସନେ୍ଦହ ନାହିଁ । ପ୍ରସ୍ତାବରେ କୁହାଯାଇଛି ଯେ, ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି ଏବଂ ଆନେ୍ଦାଳନରତ ଚାଷୀମାନଙ୍କ ସହିତ ଛିଡା ହେବା ରାଜ୍ୟ ସରକାରଙ୍କ କର୍ତବ୍ୟ । ଏହି ଆଇନ କେବଳ ବଡ ବଡ କର୍ପୋରେଟ ସଂସ୍ଥାଗୁଡିକୁ ସହାୟତା କରିବା କଂଗ୍ରସ ଏବଂ ଅନ୍ୟ ଦଳଗୁଡିକ ଏହାକୁ ସମର୍ଥନ କରିଥିଲେ । ସ୍ୱତନ୍ତ୍ର ଅଧିବେଶନ ଡକାଇବା ଲାଗି ଅନୁମତି ଦେବାରେ ବିଳମ୍ବ କରିଥିବାରୁ କଂଗ୍ରେସ ଉପନେତା କେ.ସି ଜୋସେଫ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ସମାଲୋଚନା କରିଥିଲେ । ବିଜେପିର ଏକମାତ୍ର ବିଧାୟକ ଓ ରାଜଗୋପାଳ ବି ଏହି ସ୍ୱତନ୍ତ୍ର ଅଧିବେଶନରେ ଅଂଶଗ୍ରହଣ କରିଛନ୍ତ

Comments (0)
Add Comment