ନୂଆଦିଲ୍ଲୀ- କୃଷି ବିଲକୁ ବିରୋଧ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ବିରୋଧୀ ଦଳ ସାକ୍ଷାତ କରିବେ । ଏପଟେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ କୃଷି ବିଲ ୨୦୨୦ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରାଯାଇଛି । ଏଣୁ ଗୁଲାମ ନବୀ ଆଜାଦ ଆଜି ସଂନ୍ଧ୍ୟା ୫ଟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଓ ୨୦୨୦ କୃଷି ବିଲ କୁ ସ୍ୱୀକୃତି ନ ଦେବା ଲାଗି ବିରୋଧୀ ଦଳ ଅପିଲ କରିବେ ବୋଲି ଜଣାପଡିଛି ।