କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସାଧାରଣ ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଛନ୍ତି । ଆଥିକ ବର୍ଷ ପାଇଁ ବଜେଟ୍ ମୋଟ୍ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ପ୍ରଶାସିନକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା, ସ୍ତାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ହଜାର ୯ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ମହାମାରୀ କରୋନା ଦ୍ୱାରା ରାଜ୍ୟର ଅର୍ଥନୀତି ଓ ବିକାଶ ପ୍ରଭାବିତ ହୋଇଛି । କରୋନା ସତ୍ୱେ ରାଜ୍ୟ ସରକାର ବହୁ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର କରୋନା ମହାମାରୀର ସଫଳ ମୁକାବିଲା କରିଛନ୍ତି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏଥି ପାଇଁ ସରକାର ସାଢେ ୪କୋଟି ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ । ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ସଂକୁଚିତ ହେବା ସମ୍ଭାବନା ରହିଛି । ତେବେ ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ବଢିବା ନେଇ ସେ ଦୃଢ ଆଶା ପ୍ରକଟ କରିଛନ୍ତି । କରୋନା ମହାମାରୀ ସତ୍ୱେ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୭,୪୬୯ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଛନ୍ତି । ବଜେଟ୍ରେ କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ରାଜ୍ୟସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀ କାଳିଆ ଯୋଜନା ପାଇଁ ୧୮ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲା ବେଳେ ଆଗୁଆ ବିହନ ଯୋଗାଣ ପାଇଁ ୧୦୦ କୋଟି, ସାର ପାଇଁ ୧୦୦ କୋଟି, କୃଷି ଉଦ୍ୟାନ ପାଇଁ ୧୩୨ କୋଟି, କୃଷି ବିକାଶ ମିଶନ ପାଇଁ ୧୨୦ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦କୋଟି, ମସô ଉପାôଦନ ପାଇଁ ୧୩୭ କୋଟି, ମିଲେଡ ମିଶନ ପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ବରାଦକରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୨ଲକ୍ଷ ୭୪ହଜାର ହେକ୍ଟର ଜମୀକୁ ଜଳସେଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚାଷୀମାନଙ୍କୁ ୫୦ ହଜାର ଟଙ୍କା ବିନା ସୁଦ୍ଧରେ ଦେବାପାଇଁ ସରକାର ଘୋଷଣା କରିଛନ୍ତି । ପାର୍ବତି ଗିରି ଜଳସେଚନ ପ୍ରକଳ୍ପ ପାଇଁ ୮୦୦ କୋଟି ବ୍ୟୟ ବରାଦ କରିଛନ୍ତି ।

Comments (0)
Add Comment