ଭୁବନେଶ୍ୱର: ଚନ୍ଦ୍ରଶେଖପୁର ଥାନା ନୀଳାଦ୍ରିବିହାର ବଡ଼କେନାଲରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସକାଳୁ ନଳାଦ୍ରିବିହାର ହାଟର କେତେଜଣ ବ୍ୟବସାୟୀ ମାଛ କାତି କେନାଲକୁ ଫିଙ୍ଗିବାକୁ ଯିବାବେଳେ ଜଣେ ନବଜାତ ଶିଶୁକନ୍ୟା ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଶିଶୁକନ୍ୟାକୁ କିଏ ସେଠାରେ ଫିଙ୍ଗିଲା ସେନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଶିଶୁକନ୍ୟା ହୋଇଥିବାରୁ କେହି ଭ୍ରୁଣ ହତ୍ୟା କରି ଏଭଳି ଫିଙ୍ଗିଥାଇ ପାରେ ବୋଲି ପୋଲିସ ସନ୍ଦେହ ଆସିଲେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହୁଛି ।