କୋଭିଡ କଟକଣା ମଧ୍ୟରେ ପିପିଲି ନିର୍ବାଚନ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶୁଶୀଲ କୁମାର ଲେହାନୀ କହିଛନ୍ତି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, କୋଭିଡ୍ ଗାଇଡ୍ଲାଇନ୍ ମାନି ଭୋଟ୍ ଗ୍ରହଣ କରାଯିବ । ସେହିପରି କୋଭିଡ୍ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି । ପ୍ରତି ୧ହଜାର ଭୋଟରଙ୍କୁ ନେଇ ବୁଥ୍ ପ୍ରସ୍ତୁତ କରାଯାଇଛି । ପିପିଲିରେ ବୁଥ୍ ସଂଖ୍ୟା ୧୭%ବୃଦ୍ଧିି ପାଇଛି । ସେହି ଅନୁସାରେ ଅନ୍ୟସମସ୍ଥ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଭୋଟ୍ ଗ୍ରହଣ ବେଳେ ସାମାଜିକ ଦୂରତା ବଜାୟ ରଖାଯିବ । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ୍ ବ୍ୟାଲଟରେ ଭୋଟ୍ ଦେଇପାରିବେ । ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ୍ ବ୍ୟାଲଟରେ ଭୋଟ୍ ଦେଇପାରିବେ । ତେବେ ଦିବ୍ୟାଙ୍ଗ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇଲେ ହିଁ ପୋଷ୍ଟାଲ୍ ବ୍ୟାଲଟରେ ଭୋଟ୍ ଦେଇପାରିବେ ।
ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ୍ ଗାଇଡ୍ଲାଇନ୍ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୂଚନା ଥାଉ କି ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ହେବ । ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଳର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି ।
ମାର୍ଚ୍ଚ ୩୧ରେ ନାମାଙ୍କନଗୁଡିକ ଯାଞ୍ଚ ହେବ ଓ ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି । ମେ’ ୨ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବେ । ସୂଚନାଯୋଗ୍ୟ ଯେ, ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି ।

Comments (0)
Add Comment