କୋଭିଡ ସେଂଟରରେ ପାଳିତ ହେଲା ଗଣେଶ ପୂଜା


ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ସୋର ବ୍ଳକ କ୍ୱାରେନଟାଇନ ସେଂଟରରେ ପାଳିତ ହେଲା ଗଣେଶ ପୂଜା । ପ୍ରବାସୀ ମାନେ ସାରସ୍ୱତ କ୍ୱାରେନଟାଇନ ସେଂଟରେ ରହିଛନ୍ତି । ସୋର ସରପଂଚ ବିଶ୍ୱନାଥ ବେହେରା କେନ୍ଦ୍ର ଠାରୁ ଅନୁମତି ଆଣିବା ପରେ ପୂଜା କରିବାକୁ ଅନୁମତି ଦେଇଥିଲେ । ସରପଂଚ ଗଣେଶ ମୁର୍ତି ଓ ସମସ୍ତ ପୂଜା ସାମଗୀ ଯୋଗାଇ ଦେଇଥିଲେ । ୧୦୦ ଜଣ ପ୍ରବାସୀଙ୍କ ଉପସ୍ଥିତିରେ ଏହି ପୂଜା ହୋଇଥିଲା । ସରପଂଚ ବିଶ୍ୱନାଥ ବେହେରାଙ୍କୁ ପ୍ରବାସୀ ମାନେ ଧନ୍ୟବାଦ ଜଣାଇଥିଲେ ।

Comments (0)
Add Comment