କ୍ୟୁଆର କୋଡ଼ରେ ଆଦାୟ ହେବ ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର,୧୧.୬(ନି.ପ୍ର.): କରୋନା ମହାମରୀ ପରିପ୍ରେକ୍ଷୀରେ ମୋ ବସ୍ ଯାତ୍ରୀ ଏବଂ ଗାଇଡଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ମୋ ବସ୍ରେ କୁ୍ୟଆର କୋଡ଼ ମାଧ୍ୟମରେ ବସ୍ ଭଡ଼ା ଆଦାୟ ବ୍ୟବସ୍ଥା ଆରମ୍ଭ ହୋଇଛି । ବସ୍ରେ ଯାତ୍ରୀଙ୍କ ଗାଇଡମାନେ ନୋଟ୍ ଏବଂ ଖୁଚୁରା ଟଙ୍କା ହାତରେ ଆଦାନପ୍ରଦାନ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଏହାକୁ ଲକ୍ଷ୍ୟ କରି କ୍ୟାସ୍ଲେସ୍ ବ୍ୟବସ୍ଥା ଅର୍ଥାତ କ୍ୟୁଆର କୋଡ଼ରେ ଟିକଟ ମୂଲ୍ୟ ଆଦାୟ କରାଯାଉ ଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ରୁଟ୍ ୧୬ ଏବଂ ୨୦ରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା ଉପଲବ୍ଧ ହୋଇଛି । ଆଗାମୀ ଦିନରେ ସମସ୍ତ ରୁଟ୍ରେ ଯାତ୍ରୀମାନେ କ୍ୟୁଆର କୋଡ଼ ମାଧ୍ୟମରେ ଟିକଟ କରି ପାରିବେ । ମୋ ବସରେ ମୋବାଇଲ ଆପ୍ ଏବଂ ଅନଲାଇନ ଟିକଟ ସେବା ଆଗରୁ ଉପଲବ୍ଧ ଅଛି । ଯାତ୍ରୀମାନେ ଡିଜିଟାଲା ୱାଲେଟକୁ ବ୍ୟବହାର କରି ଟିକଟ କରିପାରିବେ ।
ବସରେ ଚଢିବା ମାତ୍ରେ ଯାତ୍ରୀମାନେ ଗାଇଡଙ୍କ ପାଖରେ ଥିବା କ୍ୟୁଆର କୋଡ଼କୁ ସ୍କାନ କରି ଟିକଟ ମୂଲ୍ୟ ଦେବେ । ସ୍କାନ୍ କରିବା ମାତ୍ରେ ଟିକଟର ମୂଲ୍ୟ ସିଧାସଳଖ କ୍ରୁଟ ବ୍ୟାଙ୍କ ଖାତାକୁ ଚାଲିଯିବ । ଉଭୟ ଯାତ୍ରୀ ଏବଂ ଗାଇଡ ମୋବାଇଲକୁ ଏହି ଦେୟ ସମ୍ବନ୍ଧରେ ମେସେଜ୍ ଯିବ । ତନଖି କରିବା ପରେ ଗାଇଡମାନେ ଯାତ୍ରୀଙ୍କୁ ଟିକଟ ଦେବେ ।

Comments (0)
Add Comment