ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତିୀ । ଗତ ୩ ଦିନ ଧରି ମାରାଥନ ଜୋରା ପରେ ଏନସିବି ରିୟାଙ୍କୁ ଗିରଫ କରିଛି । ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟେଟଙ୍କ ସାମ୍ନାରେ ରିୟା ଉପସ୍ଥିତି ଥିଲେ । ତେବେ ରିୟାଙ୍କ ଓକିଲ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ମାଜିଷ୍ଟେଟ ଖାରଜ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ତିନିଦିନର ମାରାଥନ ଜେରା ପରେ ଏନସିବି କୌଣସି ଡ୍ରଗ୍ସ ଜବତ ନକରି ରିୟାଙ୍କୁ ଗରିଫ କରିଛଇ ବୋଲି ତାଙ୍କ ଓକିଲ ବୟାନରେ କହିଛନ୍ତି । ଏନେଇ ଏନସିବି କହିଛନ୍ତି ରିୟା ତାଙ୍କ ଭାଇ ଶୌଭିକ ଓ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରିଛନ୍ତି । ରିୟାଙ୍କ କୌଣସି ଡ୍ରଗ ପେଡଲରଙ୍କ ସହ ଯୋଗାଯୋଗରେ ନଥିଲେ । କିନ୍ତୁ ଲକଡାଉନ ସମୟରେ ଯେତେ ବେଳେ ଡ୍ରଗ୍ସ ମିଳି ପାରିନଥିଲା, ସେତେବେଳେ ତାଙ୍କ ଭାଇଙ୍କୁ କହି ଆଣୁଥିଲେ । ସୁଶାନ୍ତ କହିବାରୁ ସେ ଡ୍ରଗ୍ସ ଆଣୁଥିଲେ ବୋଲି କହିଛନ୍ତି ।