ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ, ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିଲା ବେଳେ ଆଜି ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୯୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୫୬୧୧ଜଣ ସଙ୍ଗରୋଧରୁ ଓ ୪୨୭୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି
ଗତ ୨୪ ଘଂଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ମାମଲା ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯାଇଛି । ଦିନକରେ ସୁନ୍ଦରଗଡରେ ୧ହଜାର ୧୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିବା େବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ୪ଶହ ଉପରେ ରହିଛି । ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୁଳରୁ ୪୪୩, ପୁରୀରୁ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ମାମଲା ଆସିଛି । ଝାରସୁଗୁଡାରୁ ୩୮୬, ନୂଆପଡାରୁ ୩୩୫, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, ମୟୁରଭଞ୍ଜରୁ ୨୪୩ ଓ ନୟାଗଡରୁ ୨୨୩ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି ।
ଏହି ୧୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି । ସେହିପରି ଗଜପତି ଓ କଳାହାଣ୍ଡିରୁ ୪ଜଣ ଲେଖାଁଏ. ରାୟଗଡା ଓ ସୁନ୍ଦରଗଡରୁ ୨ଜଣ ଲେଖାଁଏ ଏବଂ ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ଆଉ ୪ଜଣ ପ୍ରାଣ ହରାଇବା ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃ୍‌ତ୍ୟୁ ସଂଖ୍ୟା ୩୭୪କୁ ବୃଦ୍ଧି ପାଇଛି । ଏହା ସହିତ ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି । ସେହିପରି ଗଜପତିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଥିବା ବେଳେ କଳାହାଣ୍ଡିରେ ୪୬, ପୁରୀରେ ୧୨୮, ରାୟଗଡାରେ ୬୯, ସମ୍ବଲପୁରରେ ୮୨ ଓ ସୁନ୍ଦରଗଡରେ ୨୦୦ ହୋଇଛି ।

Comments (0)
Add Comment