ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା

ପୁଣେ: ଭାରତର ଖୋଲା ବଜାରରେ କୌଣସି ପ୍ରକାରର କରୋନା ଟିକା ବର୍ତ୍ତମାନ ସ୍ଥିତିରେ ବିକ୍ରି ହେବନାହିଁ। ସରକାରୀ ହିଁ ସମସ୍ତଙ୍କୁ କରୋନା ଟିକା ଦେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଯେଉଁ ପର୍ଯ୍ୟନ୍ତ ଡିସିଜିଆଇ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମାଗିଥିବା ରିପୋର୍ଟ ପାଇନାହାନ୍ତି, ସେ ଯାଏ ଟିକା ଗୁଡ଼ିକ କୌଣସି ପ୍ରକାରରେ ବି ଖୋଲା ବଜାରରେ ବିକ୍ରି ହୋଇପାରିବ ନାହିଁ। ଡିସିଜିଆଇ ରିପୋର୍ଟ ଯାଞ୍ଚ କରି ଅନୁମତି ଦେବା ପରେ, କମ୍ପାନୀ ଗୁଡ଼ିକ ଖୋଲା ବଜାରରେ ଏହାକୁ ବିକ୍ରି କରିବାକୁ ଅନୁମତି ପାଇପାରନ୍ତି। କୌଣସି ଟିକାର ସମସ୍ତ ଟ୍ରାଏଲ ରିପୋର୍ଟ ସଂପୂର୍ଣ୍ଣ ଭାବେ ସାମ୍ନାକୁ ଆସିନାହିଁ। ଏହି ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Comments (0)
Add Comment