ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନାର ଦ୍ୱିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର । ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ ।
କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି । ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି । ଏଥିସହ ମନ୍ଦିର ସମ୍ମୁଖରେ ଥିବା ବାର କୋଡକୁ ନିଜ ମୋବାଇଲରେ ସ୍କାନ କରି ଟିକେଟ କରିବା ବ୍ୟବସ୍ଥା କରାଯାଇଛି ।
ଆଜି ସକାଳ ୬ଟାରେ ମନ୍ଦିର ଗେଟ ଖୋଲିବା ପରେ ପର୍ଯ୍ୟଟକମାନେ ଲାଇନ୍‌ରେ ଭିତରକୁ ପ୍ରବେଶ କରିଛନ୍ତି । ତେବେ ମନ୍ଦିରକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ଗାଇଡ଼ ,ଫଟୋଗ୍ରାଫର , ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିନଥିବାରୁ ସେମାନେ ନିରାଶ ହୋଇଛନ୍ତି ।
ସୂର୍ଯ୍ୟମନ୍ଦିର ଖୋଲିବା ନିଷ୍ପତିକୁ କୋଣାର୍କ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ନିରବି ଯାଇଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ଚଳଚଂଚଳ ହେବ ଓ ଜୀବନ ଜୀବିକା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନ୍ ଅନୁଯାୟୀ, ମଙ୍ଗଳବାରଠୁ ସମଲେଶ୍ୱରୀ ମନ୍ଦିର ଖୋଲିବ । ଏଥିସହ ଆସନ୍ତାକାଲିଠୁ ନନ୍ଦନକାନନ ଖୋଲିବାକୁ ମଧ୍ୟ ଆଲୋଚନା ହୋଇଛି । ଏହାବାଦ ଆସନ୍ତା ୫ ତାରିଖରେ ଭିତରକନିକା ଖୋଲିବ ।

Comments (0)
Add Comment