ଗଞ୍ଜାମରେ ରଜ ପର୍ବ ଉପରେ କଟକଣା

ବ୍ରହ୍ମପୁର,୧୨ ।୦୬(ନି.ପ୍ର.): ଗଞ୍ଜାମ ଜିଲ୍ଲାରେ ରଜ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାର ରଜ ମହୋତ୍ସବ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ତେବେ ରଜ ପାଇଁ ୧୧ରୁ ୧୬ ତାରିଖ ଯାଏଁ ଲାଗୁ ରହିବ କଟକଣା । ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି ।
ସେହିଭଳି ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ ନିର୍ଦ୍ଧିଷ୍ଟ ଦୋକାନ । ଲୁଗା ଦୋକାନ ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

Comments (0)
Add Comment