ଗଞ୍ଜାମ : ଗଞ୍ଜାମ ଜିିଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ସବ୍ଡିଭିଜନର ୭ଟି ଏନଏସିକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ୟ୍ୟନଗର ଓ ପୋଲସରା ଏନଏସି ସଟ୍ଡାଉନ ଘୋଷଣା କରାଯାଇଛି। କାଲିଠାରୁ ୨୧ ଜୁଲାଇ ପର୍ୟ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି।