ଗଞ୍ଜାମ ଜିଲ୍ଲାରେ ଗାଡିଚଳାଚଳ ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ବେଳେ ଜିଲ୍ଲା ପ୍ରଶାସନ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭିତରେ ସମସ୍ତ ପ୍ରକାରର ଗାଡି ଚଳାଚଳକୁ ନିଷିଦ୍ଧ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡିକୁ ଅନୁମତି ମିଳିବ । ଲୋକମାନେ ନିଜ ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଛି । ବରିଷ୍ଠ ନାଗରିକମାନେ ଘରେ ରହିବା ବାଧ୍ୟତାମୂଳକକରାଯାଇଛି । ଏହାସହ ଦୁଇ ଚକିଆ ଗାଡି ଚାଳନା ପାଇଁ ଅନୁମତିପ୍ରାପ୍ତ ଆଇକାର୍ଡ ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।ବିଷୟ ହୋଇଛି ।

Comments (0)
Add Comment