ଗରିଆବନ୍ଧ ପୋଲିସର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

* ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ 

ନବରଙ୍ଗପୁର : ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ଘଟଣା ସାମ୍ନାକୁ ଆସିଛି l ସିଆର୍‌ପିଏଫ୍ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିବା ଏନ୍‌କାଉଣ୍ଟରରେ ରସ୍‌କାପଥରା ଅଂଚଳରେ ରହିଥିବା ଜଣେ କ୍ୟାଡର୍ ନକ୍ସଲ ନନ୍ଦଲାଲ୍ ମୃତ୍ୟୁବରଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଗତ ଦିନରେ  ଦାନ୍ତେୱାଡା ଠାରେ ହୋଇଥିବା ବିସ୍ପୋରଣ ଘଟଣାର ଗାରିଆବନ୍ଧ ପୋଲିସ କଡ଼ା ଜବାବ ଦେଇଥିବା ଜଣାପଡିଛି | ସୂଚନା ଅନୁଯାୟୀ ଓଡ଼ିଶା ସୀମାନ୍ତ ତଥା ରାଇଘର ବ୍ଲକର ଅଞ୍ଚଳା ଗ୍ରାମଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଛତିଶଗଡ଼ର ଜୁଗାର୍ଡ ଥାନା ଅନ୍ତର୍ଗତ କର୍ଲାଜହର ଅଂଚଳରେ ଆଜି ସକାଳ ପ୍ରାୟ ୯ଟା ସମୟରେ ସିଆର୍‌ପିଏଫ୍ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସର ମିଳିତ ଅପରେସନ୍ ହୋଇଥିଲା | ଏହି ଅପରେସନ୍ରେ ଇନ୍ଦଗାଓଁ ଏରିଆ କମିଟିର ଉପ କମାଣ୍ଡର ନନ୍ଦଲାଲ୍ ଏନ୍‌କାଉଣ୍ଟର ରେ ମୃତ୍ୟୁବରଣ କରିଥିବା ଜଣାପଡିଛି | ଏହିି ଏନ୍‌କାଉଣ୍ଟର ସମୟରେ ଘଟଣା ସ୍ଥଳରେ ପ୍ରାୟ ୧୫ ଜଣ ନକ୍ସଲ ମଧ୍ୟ ଉପସ୍ଥିତ ଥିବା ଛତିଶଗଡ଼ ପୁଲିସ ଅନୁମାନ କରିଛି | ଅପରପକ୍ଷରେ ସରକାରଙ୍କ ପକ୍ଷରୁ ନନ୍ଦଲାଲ୍ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା l ଏହି ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ନକ୍ସଲ ନନ୍ଦଲାଲ୍ ନିକଟରୁ  ଥ୍ରି ନଟ୍‌ ଥ୍ରି ବନ୍ଧୁକ ଏବଂ ଅନେକ ମାଓ ଉପଯୋଗୀ ଜିନିଷ ମଧ୍ୟ ଜବତ କରାଯାଇଥିଲା | ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ଦାନ୍ତେୱାଡା ଠାରେ ଘଟିଥିବା ବିସ୍ପୋରଣରେ ୧୦ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା l ସେହି ଦିନ ଠାରୁ ଓଡ଼ିଶା ଓ ଛତିଶଗଡ଼ ପୁଲିସ ପକ୍ଷରୁ ସର୍ଚିଂ ଅପରେସନ୍କୁ କଡ଼ାକଡ଼ି କରାଯାଇଥିଲା | ଏହି ଅବସରରେ ଗତ କିଛି ଦିନ ପୂର୍ବେ ଓଡ଼ିଶା ପୁଲିସ ଛତିଶଗଡ଼ ଅଂଚଳର ମାଓ ସମର୍ଥକ ଭାବେ ଦୁଇ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ଛତିଶଗଡ଼ ପୁଲିସ ପକ୍ଷରୁ ଜଣେ କ୍ୟାଡର୍ ନକ୍ସଲକୁ ହତ୍ୟା କରିବାରେ ସଫଳ ହୋଇଛି |  

Comments (0)
Add Comment