ଗେମ ଚେଞ୍ଜର ହେବ ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେ


ଭୁବନେଶ୍ୱର- ଦୀଘା -ଗୋପାଳପୁର କୋଷ୍ଟାଲ ହାଇୱେ ହେବ ଗେମ ଚେଞ୍ଜର । ଓ ଏହା ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେବ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି । ଏହା ଦ୍ୱରା ଉପକୂଳ ଓଡିଶାର ଭାଗ୍ୟ ବଦଳିବ । ଦୀଘା- ଗୋପାଳପୁର ଉକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସମାଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡର ଭାବେ କାର୍ଯ୍ୟ କରିବ । ଏତଦ ବ୍ୟତିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉପକୂଳ ଅଂଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ।

Comments (0)
Add Comment