ଗୋପାଳପୁର ବେଳାଭୂମି ବନ୍ଦ

ବ୍ରହ୍ମପୁର,: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଳା ପ୍ରଶାସନ ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଛି । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରା ମଧ୍ୟ ପ୍ରତି ସୋମବାର ବନ୍ଦ ରହିବ । ଅପରପକ୍ଷରେ ମା ତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବ ବୋଲି ଜିଳ୍ଲାପାଳ କହିଛନ୍ତି ।

Comments (0)
Add Comment