ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର


ଭୁବନେଶ୍ୱର- କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ । ଏହି ପ୍ୟାକେଜରେ ଗ୍ରାମାଚଂଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରାଯାଇଛି । କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ଋଣ କେବଳ ୬ ମାସରୁ ଉର୍ଦ୍ଧ ଉଦ୍ୟୋଗୀ ଓ ବର୍ଷେରୁ ଉର୍ଦ୍ଧ ଉତ୍ପାଦକ ଗୋଷ୍ଠୀଙ୍କୁ ଦିଆଯିବ । ଅତିଗରିବଙ୍କ ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ।

Comments (0)
Add Comment