ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଟିକା ନପାଇ ବୟସ୍କ ନିରାଶ

ସାଲେପୁର: ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ଦିଆଯାଉଥିବାବେଳେ ଆବଶ୍ୟକୀୟ ଟିକା ଅଭାବରୁ ନିୟମିତ ଟିକାକରଣ ହୋଇପାରୁନାହିଁ । ଅପର ପକ୍ଷରେ ଯେଉଁ କିଛି ଟିକା ଆସୁଛି ସେ ଟିକା ସଂପର୍କରେ ଲୋକମାନେ ଠିକ୍ ସମୟରେ ସୂଚନା ପାଇପାରୁନଥିବାରୁ ବହୁ ବରିଷ୍ଠ ନାଗରିକ ମାନେ ନିୟମିତ ଟିକାକରଣ କେନ୍ଦ୍ରରୁ ଫେରିବା ସହ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲୀ ନୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ଯେ ଏବେ ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଏହାକୁ ରୋକିବାପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ଟିକା ଲୋକମାନଙ୍କୁ ଦିଆଯାଉଛି । କିନ୍ତୁ ଟିକାର ଘୋର ଅଭାବ ଥିବାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ସ୍ଥାନମାନଙ୍କରେ ନିୟମିତ ଟିକାକରଣ କରାଯାଉନଥିବାରୁ ଓ ଏ ସଂପର୍କରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଆଗୁଆ ସୂଚନା ଦିଆଯାଉନଥିବାରୁ ଟିକାପାଇଁ ଲୋକମାନେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଇସୁଙ୍ଗୁଡ଼ା, ତେନ୍ତୋଳ, କୁଣ୍ଡିପଡ଼ିଆ, ପଦ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡା ହୋଇ ଶେଷରେ ଟିକା ନପାଇ ଫେରୁଥିବା ଅଭିଯୋଗ ହେଉଛି । ଅପର ପକ୍ଷରେ ସରକାରଙ୍କ ପକ୍ଷରୁ ଯେଉଁ କିଛି ମାତ୍ରାରେ ଟିକା ବିଭିନ୍ନ କେନ୍ଦ୍ରକୁ ପଠାଯାଉଛି, ଟିକାକରଣ ନେଇ ଲୋକମାନଙ୍କୁ ଆଗୁଆ ସୂଚନା ଦିଆଯାଉନଥିବାରୁ ବହୁ ବରିଷ୍ଠ ନାଗରିକମାନେ କରୋନା ଟିକା ନେବାରୁ ବଞ୍ôଚତ ହେଉଥିବା ଅଭିଯୋଗ କରିବା ସହ ସ୍ଥାନୀୟ ପ୍ରଶାସନର ଏଭଳି ଖାମଖିଆଲୀ ନୀତି ଯୋଗୁ ଏହି ପରିସ୍ଥିତି ଉପୁଜିଛି । ଏ ଦିଗରେ କଟକ ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment