ବାଲିକୁଦା; ମରିଚପୁର ସ୍ଥିିତ ଟିଏମସିରୁ ଲୁଚି ପଳାଇ ଯାଇଥିବା ଦୁଇ କରୋନା ପଜିଟିଭଙ୍କ ପାଇଁ ସାରା ଅଂଚଳରେ ଚିନ୍ତା ବଢିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ ଏକ ପ୍ରକାର ଦେଖା ଦେବା ଭୟକୁ ଏଡାଇ ଦିଆ ପାରୁନି । ଅନ୍ୟ ପକ୍ଷରେ ଟିଏମସିରୁ ଲୁଚି ପଳାଇଥିବା ଦୁଇ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ସେମାନେ କିପରି ଲୁଚି ପଳାଇଲେ ଓ ଟିଏମସି ଦାୟୀତ୍ୱରେ ଥିବା ବ୍ୟକ୍ତି ମାନେ କିପରି ସେମାନଙ୍କୁ ଛାଡି ଦେଲେ ତାହା ଏବେ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଦେଇଛି । କେବଳ ସେତିକି ନୁହେଁ କୋଭିଡ ଆଇନ ଉଲ୍ଲଙ୍ଘନ କରିଥିବା ଏହି ଦୁଇ ପ୍ରବାସୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ଯେଉଁ ପ୍ରବାସି ଦୁଇ ଜଣ ଟିଏମସିରୁ ଲୁଚି ପଳାଇ ଥିଲେ ସେମାନଙ୍କୁ ନେଇ ଯଦି ଗୋଷ୍ଠୀ ସଂକ୍ରମଣ ହୁଏ ତେବେ ଏଥି ପାଇଁ କିଏ ଦାୟି ରହିବେ ? ଅନ୍ୟ ପକ୍ଷରେ ପ୍ରବାସୀ ମାନେ ଲୁଚି ପଲାଇ ଯିବା ପରେ ଗାଁ ଗଣ୍ଡାରେ ଏଣେ ତେଣେ ମଧ୍ୟ ବୁଲା ବସା କରିଛନ୍ତି । ତେଣୁ ସ୍ଥାନୀୟ ଲୋକଙ୍କୁ ଗୋଷ୍ଠୀ ସଂକ୍ରମଣ ଚିନ୍ତା ଘାରୁଥିବା ଜାଣିବାକୁ ମିଳିଛି । ପ୍ରବାସୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ନା ପସନ୍ଦ କରିବା ସହିତ ଟିଏମସି ପରିଚାଳନା ଦାୟୀତ୍ୱରେ ଥିବା ବ୍ୟକ୍ତିଙ୍କ ଦାୟୀତ୍ୱ ହିନତାକୁ ଦାୟୀ କରିଛନ୍ତି ସମାଜସେବୀ ତଥା ଗାଁ ମୁରବୀ ଉଦୟନାଥ ସ୍ୱାଇଁ । ଅନ୍ୟ ପକ୍ଷରେ ଗାଁରେ ଆଜି ମେଡିକାଲ ଟିମ ପହଞ୍ଚି ପଳାଇ ଆସିଥିବା ଦୁଇ ପ୍ରବାସୀଙ୍କ କଣ୍ଟାକ୍ଟ ଟ୍ରେଚିଂ କରିଛନ୍ତି । ତେବେ ସେମାନେ ମିଶିଥିବା ଅନ୍ୟ ମାନଙ୍କ ସ୍ୱାବ ସଂଗ୍ରହ କରାଯିବା ସମେତ ପ୍ରବାସୀଙ୍କ ପରିବାର ଲୋକଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।