ଚୀନ କମ୍ପାନୀକୁ ଦିଲ୍ଲୀ-ମୀରଟ ରେଳ ପ୍ରକଳ୍ପ ଟେଣ୍ଡର

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ୨୦ ଭାରତୀୟ ଯବା ଶହୀଦ ହେବା ପରେ ଚୀନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରାଗଲା । ଚାଇନା ମୋବାଇଲ ଆପ୍ଠୁ ଆରମ୍ଭ କରି ଚୀନ ଉତ୍ପାଦ ବର୍ଜନ କରିବାକୁ ଅଭିଯାନ ଚାଲିଲା
ବିଭିନ୍ନ ରାଜ୍ୟରେ ସରକାର ଚୀନ କମ୍ପାନୀଗୁଡ଼ିକର ଟେଣ୍ଡର ବାତିଲ କଲେ । କିନ୍ତୁ ଏବେ ଜାତୀୟ ରାଜଧାନୀ ଆଂଚଳିକ ପରିବହନ ନିଗମ (ଏନସିଆରଟିସି) ଏକ ଚୀନ କମ୍ପାନୀକୁ ରେଳ ପ୍ରକଳ୍ପ ଟେଣ୍ଡର ଦେଇଥିବା ଜଣାପଡିଛି । ଦିଲ୍ଲୀ-ମୀରଟ ଆଂଚଳିକ ତ୍ୱରିତ ରେଳ ପରିବହନ ପ୍ରଣାଳୀ (ଏନସିଆରଟିସି) ପ୍ରକଳ୍ପ ଅଧୀନରେ ନୁ୍ୟ ଅଶୋକ ନଗରରୁ ସାହିବାବାଦ ପର୍ଯ୍ୟନ୍ତ ୫.୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସୁଡଙ୍ଗ ନିର୍ମାଣ କରିବା ଲାଗି ଏନସିଆରଟିସି ଏକ ଚାଇନା କମ୍ପାନୀ (ଏସଟିଇସି) ଲିମିଟେଡ । ତେବେ ନିଦ୍ଧାରିତ ପ୍ରକ୍ରିୟା ଏବଂ ଗାଇଡଲାଇନ ଅନୁସାରେ ଏହି ଟେଣ୍ଡର ଦିଆଯାଇଛି ବୋଲି ଏନସିଆରଟିସି ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ , ଲଦାଖର ଏଲଏସିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଉତେଜନା ଜାରି ରହିଥିବାବେଳେ ଦିଲ୍ଲୀ-ମୀରଟ ଆରଆରଟିଏସ ପ୍ରକଳ୍ପର ୫.୬ କିଲୋମିଟର ସୁଡଙ୍ଗ ନିର୍ମାଣ ଲାଗି ଚୀନ କମ୍ପାନୀ ଏସଟିଇସି ସର୍ବନିମ୍ନ ଟଙ୍କାର ନିଲାମ ଡାକିବା ପରେ ଗତବର୍ଷ ଜୁନରେ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ଦିଲ୍ଲୀ -ଗାଜିଆବାଦ-ମୀରଟ ମଧ୍ୟରେ ୮୨ କିଲୋମିଟର ଲମ୍ବ ଆରଆରଟିଏସ କରିଡର ପାଇଁ ଏସିଆନ ଡେଭଲପମେଂଟ ବ୍ୟାଙ୍କ (ଏଡିବି) ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହେଉଛି । ତେଣୁ ଦେଶର ବିକ୍ରେତାମାନେ ବିନା କୌଣସି ଭେଦଭାବରେ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଯୋଗ୍ୟ ଅଟନ୍ତି ବୋଲି ଏଡିବିର ନିଦେ୍ର୍ଧଶାବଳୀରେ ଦର୍ଶାଯାଇଥିଲା । ଏହାପରେ ଏନସିଆରଟିସି ପକ୍ଷରୁ ୨୦୧୯ ନଭେମ୍ବର ୯ରେ ୫.୬ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ପାଇଁ ନିଲାମ ଡକାଇଥିଲା ।

Comments (0)
Add Comment