ଚେୟାରରେ ବାନ୍ଧି ବ୍ୟକ୍ତିଙ୍କୁ ଜୀବନ୍ତ ଜାଳିଦେଲେ

ହାଇଦ୍ରାବାଦ: ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ପରିସରରେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି କିଛି ଲୋକ। ସେ କଳାଯାଦୁ କରୁଥିବା ଅଭିଯୋଗ କରି ତାଙ୍କ ସହ ଏଭଳି ଆଚରଣ କରାଯାଇଛି। ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଥିବା ଗୋଟିଏ ରୁମ୍‌ରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ବଲୱନାଥପୁର ଗାଁରେ ଥିବା ମଞ୍ଜୁନାଥ ମନ୍ଦିରରେ କଳାଯାଦୁ ପାଇଁ ଏଭଳି ହତ୍ୟାକାଣ୍ତ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି, ପଗିଲ୍ଲା ପବନ କୁମାର। ସେ ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ନିକଟରେ ତାଙ୍କ ବିଧବା ଶଳା ଭାଉଜଙ୍କୁ ଦେଖିବାକୁ ବଲୱନାଥପୁର ଗାଁକୁ ଯାଇଥିଲେ। କିଛି ଦିନ ତଳେ ତାଙ୍କ ଶଳାଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ଘଟିଥିଲା। ତେବେ ଶଳା ଘର ଲୋକ ମୃତ୍ୟୁ ପାଇଁ ପଗିଲ୍ଲା ପବନ କୁମାରଙ୍କୁ ଦାୟୀ କରିଥିଲେ। ସେ କଳାଯାଦୁ କରିବାରୁ ହୃଦଘାତରେ ଶଳାଙ୍କର ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଥିଲେ।

Comments (0)
Add Comment