ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ବହି ଖାତା ବଂଟନ

ବାରିପଦା: କିସ୍, କିଟ୍, କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିସ୍ ଅନୁଷ୍ଠାନରେ ପାଠ ପଢୁଥିବା ଓଡିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ନିମନ୍ତେ ଚୂଡା, ଚିନି ବିସ୍କୁଟ, ଡାଲି ଆଦି ଶୁଖିଲା ଖାଦ୍ୟ ଏବଂ ପାଠ ପଢିବା ନିମନ୍ତେ ବହି, ଖାତା, ପେନ, ପେନ୍ସିଲ ଆଦି ଯୋଗାଇ ଦିଆଯାଉଛି । ଆଜି ୧୩ ତାରିଖଦିନ ଠାକୁରମୁଣ୍ଡା ବ୍ଲକ୍ ର ୧୬୫ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ କିସ୍ର ଅଭିଭାବକ ସଙ୍ଘ ର ସହଯୋଗରେ ଦ୍ୱିତୀୟ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ଓ ବହି, ଖାତ. ପେନ, ପେନସିଲ ଆଦି ବଂଟନ କରାଯାଇଥିଲା । କିସ୍ର ପୁରାତନ ଛାତ୍ର ତଥା କ୍ରୀଡାବିତ୍ ଶ୍ରୀ ଦିବ୍ୟରନ ଦାସଙ୍କ ନେତୃତ୍ୱରେ ଅଭିଭାବକ ସଙ୍ଘର କର୍ମକର୍ତା ସର୍ବଶ୍ରୀ ବିହାରସିଂ ବାଲମୁଚୁ ଓ ଦେବେନ୍ଦ୍ରସିଂ ବାଲମୁଚୁ, ତରଣିସେନ ସାମାଡ୍, ଗଣେଶ ଗାଗରଇ, କିରଣ କୁମାର ସାମାଡ୍, ସୁଜିତ୍ ବାନ୍ଦିଆ, ପ୍ରଶାନ୍ତ ମୁଣ୍ଡୁରୀ ଓ ଶୁସାନ୍ତ ହେମ୍ବ୍ରମ ଙ୍କ ସହଯୋଗରେ ଆଜି ଏହି ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟଉପକରଣ ବଂଟନ କାର୍ଯ୍ୟ ଅନୁÂିତ ହୋଇଥିଲା । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ କାର୍ଯ୍ୟ ଯୋଗୁଁ ତାଙ୍କୁ କିସ୍ ଅଭିଭାବକ ସଙ୍ଘର ସମସ୍ତ ସଦସ୍ୟ, ସମସ୍ତ ଅଭିଭାବକ ଏବଂ କିସ୍ ର ସମସ୍ତ ଛାତ୍ରଛାତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments (0)
Add Comment