ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଜଗର ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଜାଗରରେ ଶୈବପୀଠ ଗୁଡିକରେ ଜାଗର ଯାତ୍ରାରେ ମେଳା ଓ ଗହଳି ସରକାର ନିସିଦ୍ଧ କରିଛିନ୍ତି । ପୂର୍ବରୁ ମଧ୍ୟ ମନ୍ଦିର ପରିସରରେ ଦୀପ ଜାଳିବା ନିଷିଦ୍ଧ ଘୋଷଣା କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଆସନ୍ତା ଗୁରୁବାର ୧୧ ତାରିଖରେ ଦିନ ରାଜ୍ୟରେ ମହାଶିବରାତ୍ରୀ ପାଳିତ ହେଉଛି । କରୋନାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ଏଥିନେଇ ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ଚିଠି ଲେଖାଯାଇଛି । ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରିବାକୁ ଏଥିରେ ନିଦେ୍ର୍ଧଶ ଦିଆଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ନିଦେ୍ର୍ଧଶ ଦେଇଛନ୍ତି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସାଧାରଣତଃ ମେଳା ବସିଥାଏ । ହେଲେ ଏଥର ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ବୋଲି ଚିଠିରେ କୁହାଯାଇଛି ।