ଜାପାନ ଶିଳ୍ପପତିଙ୍କୁ ନବୀନଙ୍କ ଆମନ୍ତ୍ରଣ

ଟୋକିଓ : ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଜାପାନର ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିଛନ୍ତି । ଟୋକିଓର ଓକୁରାରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍ ୨୦୨୩ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆମନ୍ତ୍ରଣ ଜଣାଇଛନ୍ତି । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଛନ୍ତି । ଓଡ଼ିଶାରେ ନିବେଶ ପାଇଁ ରହିଥିବା ଅପାର ସୁଯୋଗ ଓ ରାଜ୍ୟ ସରକାରଙ୍କର ଉତ୍ତମ ଶିଳ୍ପନୀତି ସମ୍ପର୍କରେ ବୁଝାଇଛନ୍ତି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନୈଶ୍ୟ ଭୋଜିରେ ସାମିଲ ହୋଇଛନ୍ତି । ଆସନ୍ତାକାଲି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହା ସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ,ଟେକ୍ସଟାଇଲ , ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିବେ । ନବୀନଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟେ୍ରାନିr ଓ ଆଇଟି ସଚିବ ମନୋଜ ମିଶ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିବେ । ଜାପାନ ଗସ୍ତ ପୁରା ଓଡ଼ିଶାକୁ ଉତ୍ସାହିତ କରିଛି ଓ ବିଦେଶରୁ ବଡ଼ ପୁ୍ଞ୍ଜି ଆସିବ ବୋଲି ଆଶା ରହିଛି ।

Comments (0)
Add Comment