ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ ଚାଷୀ ସମାବେଶ ଅନୁଷ୍ଠିତ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଛାଟିଗୁଡା ପଂଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ କୃଷକ ମାନଙ୍କ ହକ ପାଇଁ ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ କୃଷକ ସମାଜ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଟ ଚାଷୀ ତଥା ଝରିଗାଁ କୃଷକ ସମାଜ ସଭାପତି ଅଶୋକ ମୂର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅତିଥି ଭାବେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଶୋଧର ଉପଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗଦେଇଥିଲେ।ଉପସ୍ଥିତ ଚାଷୀମାନେ ନିଜର ସମସ୍ୟା ନେଇ ଆଲୋଚନା କରିବା ସହ କିଛି ଦାବି ଅତିଥିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ।ବିଶେଷ କରି ଚାଷୀମାନଙ୍କ ଜମିକୁ ଜଳସେଚନ ସୁବିଧା, ସଠିକ ସମୟରେ ଉଚିତ ମୂଲ୍ୟରେ ଉନ୍ନତ ମାନର ସାର ଓ ବିହନ ପ୍ରଦାନ, ମଣ୍ଡିରେ ଉଚିତ ମୂଲ୍ୟରେ ଶସ୍ୟ କ୍ରୟ, ଚାଷ କାର୍ଯ୍ୟରେ ବ୍ୟବହୃତ ବିଦ୍ୟୁତ ଛାଡ଼,ସରକାରୀ ଯୋଜନାର ସୂଚନା ପ୍ରଦାନ,ଝରିଗାଁ ଏବଂ ବକଡ଼ାବେଡାଠାରେ ନୂତନ ଶୀତଳ ଭଣ୍ଡାର ସ୍ଥାପନ,ସାର କଳା ବଜାରୀ ରୋକ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ ସହ ଆବଶ୍ୟକ ଅନୁଯାଇ କୃଷି କର୍ମଚାରୀମାନଙ୍କୁ ନିଯୁକ୍ତି କରିବା,ବିନା ସରକାରୀ ଧାନ ବିହନରେ ଅକ୍ଷୟ ତୃତୀୟାରେ ଅଖିମୁଠି ଆରମ୍ଭ,ସାମୁହିକ ଉଠାଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଥିଲେ।ଶେଷରେ ଅତିଥି ଓ ଝରିଗାଁ କୃଷକ ସମାଜର କର୍ମକର୍ତ୍ତା ମାନେ ସମସ୍ୟାର ଗୁଡିକର ସମାଧାନ ପାଇଁ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ଚାଷୀମାନଙ୍କ ସମସ୍ୟା ଉପସ୍ଥାପନା କରିବା ପାଇଁ ପଂଚୟତ ସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା। ଆଜି ଝରିଗାଁ ବ୍ଳକର ୧୩ଟି ପଂଚାୟତରେ ନୂତନ ପଂଚୟତ ସ୍ତରୀୟ କମିଟି ଗଠନ ହୋଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଚାଷୀ ପଦ୍ମନାଭ ପାଣ୍ଡେ,ପ୍ରେମ ପାଣ୍ଡେ,ଉଦୟ ନାୟକ,ଏମ ଡ଼ି ଗଫୁର,ଲାଲୁ ପଟନାୟକ ପ୍ରମୁଖ ସହ ୧୩ଟି ପଂଚୟତର ତିନି ଶହରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ।

Comments (0)
Add Comment