ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

ଯୋଡା : ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ଠାରେ ଶୁକ୍ରବାର  ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ହସ୍ପିଟାଲ ଦ୍ଵାରା ଯୋଡା ଇଷ୍ଟ, ଖଣ୍ଡବନ୍ଧ ମାଇନ୍ସ, ବିଚାକୁଣ୍ଡି ଏବଂ ଲେବର କଲୋନୀ ଠାରେ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I କମ୍ପାନୀ କର୍ମଚାରୀ ଙ୍କ ବ୍ୟତୀତ ନିକଟବର୍ତ୍ତୀ ଅଂଚଳରୁ ପ୍ରାୟ 200 ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଏହି ଅବସରରେ ଲୋକମାନଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ  ଦୈନନ୍ଦିନ ଜୀବନରେ କିପରି ରୋଗଠାରୁ ଦୁରେଇ ରହି ହେବ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା I ଏହା ବ୍ୟତୀତ, ପୁଷ୍ଟିକର ଖାଦ୍ୟ ସହ ନିତିଦିନ ବ୍ୟାୟାମ କରିବା ଦ୍ୱାରା କିପରି ତାର ଲାଭ ମିଳି ଥାଏ, ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଜୀବନଶୈଳୀ କୁ ଆମେ କିପରି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି, ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା I ବିଶେଷକରି ଖଣି ଖାଦାନ ଅଞ୍ଚଳରେ ସ୍ୱାସ୍ଥ୍ୟଗତ ସମସ୍ୟା କୁ ଦୂର କରିବା ପାଇଁ, କେଉଁ ଖାଦ୍ୟ ଗ୍ରହଣ କରିବା ଉଚିତ ଏବଂ କେଉଁ ବିଷୟ ପ୍ରତି ଆମେ ଅଧିକ ଯତ୍ନଶୀଳ ହେବା ଦରକାର, ତା ଉପରେ ଆଲୋଚନା କରାଯାଇଥିଲା I ହସ୍ପିଟାଲ ପକ୍ଷରୁ ଚିଫ ମେଡିକାଲ ଅଫିସର ଡକ୍ଟର ସୁଚିସ୍ମିତା ଦାସ, ଡକ୍ଟର ଦେବାଶିଷ ଶତପଥୀ, ଡକ୍ଟର ରାଜା ସରିଫ,ଡକ୍ଟର ବିବେକ ସୌରଭ, ଡକ୍ଟର ନିର୍ମଳ ପାଢୀ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ  ପରିଚାଳନା କରିଥିଲେ I

Comments (0)
Add Comment