ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଯୋରଦାର କରାଯାଇଛି । ସଡିଶା ସମେତ କିଛି ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି, ଯାହା ‘ଳରେ ଟିକାକରଣରେ ବାଧାସଅଷ୍ଟି ହେଉଛି । ଏପରିକି ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି । କିନ୍ତୁ ଦେଶରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଣି ଥରେ ଦେହରାଇଛନ୍ତି । ସେ ଏହା ସହ ଟିକା ମହଯୁଦ ଥିବା ଦର୍ଶାଇ ଏକ ପରିସଂଖ୍ୟନ ଉପସ୍ଥାପିତ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ଦେଶରେ ଆଜି ସକାଳ ପର୍ଯ୍ୟନ୍ତ ୧୪କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଡୋଜ ଟିକା ଯୋଗାଇଦିଆଯାଇଛି । ପ୍ରାୟ ୧୨କୋଟି ୫୭ ଲକ୍ଷ ୧୮ ହଜାର ଟିକା ବ୍ୟବହାର ହୋଇଛି । କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରାଳୟର ସୁଚନାନୁସାରେ, ଏପ୍ରିଲ ୧୬ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଟିକା ମିଶାଇ ଦେଶରେ ଦିଆଯାଇଥିବା କୋଭିଡ-୧୯ ଟିକା ସଂଖ୍ୟା ୧୨କୋଟିରେ ପହଞ୍ଚିଛି । ସମୁଦାୟ ୬୬, ୬୮୯ କୋଭିଡ ଟିକାକରଣ କେନ୍ଦ୍ର ପରିଚାଳିତ ହେଉଛି । ଦେଶରେ ଦିଆଯାଇଥିବା କୋଭିଡ-୧୯ ଟିକା ସଂଖ୍ୟା ହେଉଛି ୧୧,୯୯,୩୭,୬୪୧ ଏଥିମ୍ମରେ ୯୧,୦୪,୬୮୦ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଯେଉଁମାନେ ଟିକାକରଣର ପ୍ରଥମ ମାତ୍ରା ପାଇଛନ୍ତି ଏବଂ ୫୬,୬୯,୭୩୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱୀତିୟ ଡୋଜ ଦିଆଯାଇଛି । ଏହା ବ୍ୟତିତ ଏଠାରେ ୧କୋଟି ୬ଲକ୍ଷ ଆଗଧାଡିର କର୍ମଚାରୀ ଅଛନ୍ତି ଯେଉଁମାନେ ପ୍ରଥମ ଡୋଜ ପାଇଛନ୍ତି, ଦ୍ୱୀତିୟ ଡୋଜ ଦିଆଯାଇଥିବା ୫୨ଲକ୍ଷ ୯୫ହଜାର ଆଗ ଧାଡିର କର୍ମଚାରୀ ଅଛନ୍ତି ।