ଭୁବନେଶ୍ୱର: କରୋନା ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଚିଠି ଲେଖି ଟିକା ସଂଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି ।
ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିି ଯେ, ଟିକା ପାଇର୍ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ହେବ । ଆମ ଲୋକଙ୍କୁ ସୂରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧାକଳୀନ ଭିତିରେ ଟିକାକରଣ ନକେଲ କୌଣସି ରାଜ୍ୟ ସୁରକ୍ଷିତ ହୋଇପାରିବ ନାହିଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ଦର୍ଶାଇଛନ୍ତି ଯେ, ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟମାନଙ୍କ ମଧ୍ୟରେ ବଂଟନ କରୁ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଟିକା ପାଇଁ ରାଜ୍ୟ ଗୁଡିକ ପ୍ରତିଯୋଗିତା ନହେଉ । ଲୋକଙ୍କ ସୂରକ୍ଷା ଓ କିଭଳି ସମସ୍ତେ ଟିକା ପାଇବେ ସେ ଉପରେ ଗୁରୁତ୍ୱ ଦିଆଯାଉ । କେନ୍ଦ୍ର ୧୮ବର୍ଷରୁ ଉର୍ଦ୍ଧ୍ୱର୍ ବୟସ୍ର ବ୍ୟକ୍ତିଙ୍କୁ ଟିକା ଦେବାକୁ ଘୋଷଣା କରିବା ପରେ ଟିକାର ଯଥେଷ୍ଟ ଚାହିଦା ବଢିଛି । ଏଥିପାଇଁ ଅଧିକାଂଶ ରାଜ୍ୟ ଗ୍ଲୋବାଲ୍ ଟେଣ୍ଡର ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ବିଦେଶୀ କମ୍ପାନୀ ଗୁଡିକ ସିଧାସଳଖ କେନ୍ଦ୍ରର କ୍ଲିୟରାନ୍ସ ଚାହୁଁଛନ୍ତି । ଯାହାଦ୍ୱାରା ବିଦେଶ କମ୍ପାନୀ ଗୁଠିକ୍ ରାଜ୍ୟ ସହ ଟିକା ଚୁକ୍ତି କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସ୍ଥଳେ ଘରୋଇ ଟିକା ରାଜ୍ୟ ଗୁଡିକ ପାଇଁ ଯଥେଷ୍ଟ ହେଉନାହିଁ । ଟିକାକରଣ ନିୟମରେ ଆବଶ୍ୟକୀୟ ପରିବର୍ତନ ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ର ଅନୁମତି ଦେଉ । ସ୍ଥଳ ବିଶେଷରେ ସ୍ଥିତିର ଅନୁଧ୍ୟାନ କରି ନିୟମ କୋହଳ କରି ଟିକା ପାଇଁ ରାଜ୍ୟ ଗୁଡିକୁ ଅନୁମତି ମିଳୁ । ଆଉ ଏଥିପାଇଁ ରାଜ୍ୟ ଗୁଡିକ ଭିତରେ ସହମତି ହେଉ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏ ବାବଦରେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେଣୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଏ ଦିଗରେ ଆଗେଇ ଆସିଲେ ସମସ୍ୟାର ସମାଧାନ ହୋଇପାରିବ । ତୃତୀୟ ଲହର ଆସିବା ପୂର୍ବରୁ ଆମକୁ ଏ ବାବଦରେ ନିଷ୍ପତି ନେବାକୁ ପଡିବ । ସ୍ୱାଧୀନତା ସଂଗ୍ରାମ ପରେ କରୋନା ସବୁଠାରୁ ବଡ ଆହ୍ୱାନ ଭାବେ ଆମ ଆଗରେ ଛିଡା ହୋଇଛି । କିନ୍ତୁ ବାଦବିବାଦ ଛାଡି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ।
ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ବିଫଳ ହୋଇଛି । ଗ୍ଲୋବାଲ ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଶିରମ୍ ଇନ୍ଷ୍ଟିଚ୍ୟୁଟ୍ (କୋଭିଶିଲ୍ଡ) ଓ ଭାରତ ବାୟୋଟେକ୍ (କୋଭାକ୍ସିନ୍)ରେ ସାମିଲ ହୋଇନାହାନ୍ତି । ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ରେ ମଧ୍ୟ ସାମିଲ୍ ହେଲେନି ।
ଉଲ୍ଲେଖ ଯୋଗ୍ୟ ଯେ, ଟିକା ପାଇଁ ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବଦ୍ଧନଙ୍କୁ ପତ୍ର ଲେଖି କେନ୍ଦ୍ର ସରକାର ଟିକା ଯୋଗାଇ ଦେବାପାଇଁ ଦାବି କରିବାର ଦିନକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଆଜି ଦେଶର ସମସ୍ତ ରାଜ୍ୟର ଓ କେନ୍ଦ୍ରଶାସଦ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ନିକଟକୁ ପତ୍ର ଲେଖି ଟିକା ପାଇଁ ଏକଜୁଟ୍ ହୋଇ କେନ୍ଦ୍ର ଉପରେ ଚାପ ପକାଇବାକୁ ଅନୁରୋଧ କରିଛନ୍ତି ।