ଟିପ୍ପର ଦୁର୍ଘଟଣାରେ ଗୋଟିଏ ଗାଁର ୬ଜଣ ମୃତ

ଶୋକାକୂଳ ପରିବେଶରେ ଫାଟି ପଡିଲା ଗାଁ

ନବରଙ୍ଗପୁର : ଟିପ୍ପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗୋଟିଏ ଗ୍ରାମର ଛଅ ଜଣ ଯୁବକ । ଗାଁ ସାରା ଶୋକାକୁଳର ପରିବେଶ । କାମ କରିବାକୁ ଯାଇ ଶବ ହୋଇ ଫେରିଲେ । ମୃତ ଖବର ଶୁଣି ପରିବାର ଲୋକ ହତବାକ ହୋଇଥିଲେ ।ସୂଚନା ଅନୁସାରେ ଗତ କାଲି  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜଡାମ୍ବ ପଂଚାୟତ ହନ୍ତାଳଗୁଡା ଘାଟିରେ ଏକ ସିମେଣ୍ଟ ଓ ରୋଡ ବୋଝେଇ ଟିପ୍ପର ଓଲଟି ଫଳରେ ଛଅଜଣଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବ୍ୟକ୍ତି ମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମୋତିଗାଁ ଗ୍ରାମର l ଗତ କାଲି ମାଲକାନଗିରି ଜିଲ୍ଲାରେ ୧୩ ଜଣ ଶ୍ରମିକଙ୍କ ସହ ରାସ୍ତା ଓ ପୋଲ କାମ ନିମନ୍ତେ ସିମେଣ୍ଟ ଓ ରୋଡ ବୋଝେଇ ଟିପ୍ପର ଗାଡିରେ ନେଇ ଜଡାମ୍ବ ଯାଉଥିଲା । ତେବେ ହନ୍ତାଳଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ପାହାଡ ଉପରୁ ତଳକୁ ଖସି ପଡିଥିଲ। ଫଳରେ କୋଷାଗୁମୁଡା ବ୍ଲକ ମୋତିଗାଁ ଗ୍ରାମର ଛଅ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଥିବା ଥିବା ସୂଚନା ମିଳିଛି l ମୃତକମାନେ ହେଲେ  ସୁନାଧର ଭତରା, ପୂର୍ଣ୍ଣ ଭତରା, ଜିବର୍ଧନ ଭତରା, ଫୂଲସିଂ ଭତରା, ସୁନାଧର ଭତରା ଏବଂ ଦୁର୍ଯ୍ୟୋଧନ ଭତରା । ମୃତମାନଙ୍କ ତିନି ଭାଇର ତିନି ପୁଅ ଆଉ ଦୁଇ ଜଣ ନିଜ ଭାଇ ଓ ଜଣେ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ଏ ଖବର ପ୍ରଚାରିତ ହେବା ପରେ ଏଅଞ୍ଚଳରେ ଶୋକାକୁଳର ପରିବେଶ ସୃଷ୍ଟି ହୋଇଛି । ମୃତ ଯୁବକମାନଙ୍କୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଯାଇଛନ୍ତି । ଯେଉଁ ମାନଙ୍କ ପରିବାର ମୃତ ଯୁବକଙ୍କ ଉପରେ ଭରସା ଥିଲା ସେହି ପରିବାର ଏବେ କଣ କରିବେ ଚିନ୍ତାରେ ରହିଛନ୍ତି । ଗାଁର ମହିଳାମାନଙ୍କ କାନ୍ଦ ବବାଳିରେ ଛାତି ଥରା ଦୃଶ୍ୟ ରହିଥିଲା । ଏହି ଘଟଣାର ଖବର ପାଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପହଂଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହିତ ମୃତ ପରିବାରର ପୁଅ ଝିଅମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ମୃତ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି ରନ୍ଧାରୀ କହିଥିଲେ  । ୬ ଜଣଙ୍କ ଶବକୁ ଗାଁ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଛି ।

Comments (0)
Add Comment