ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସଓପି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏଣିକି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହା ବ୍ୟତୀତ ଅଣସଂରକ୍ଷିତ ଟିକେଟ୍ (ୟୁଟିଏସ୍‌) ସୀମିତ ଟ୍ରେନରେ ଅନୁମତି ଦିଆଯିବ ଯେଉଁଥିରେ କେବଳ ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି ।

ସେହିପରି ଟ୍ରେନ ଭଡ଼ା ରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୂକ୍ତ କରାଯିବ ନାହିଁ । ଟ୍ରେନରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ଦ କରାଯାଇଛି । ଅବଶ୍ୟ, ପ୍ୟାକ୍ ହୋଇଥିବା ଭୋଜନ, ପ୍ୟାକେଜ୍ ପାନୀୟ ଜଳ ବୋତଲ, ଚା, କଫି, ପାନୀୟ ଇତ୍ୟାଦି ପ୍ୟାଂଟ୍ରି କାର୍ ଏବଂ ଟ୍ରେନ୍ ସାଇଡ୍ ଭେଣ୍ଡିଂ କରୁଥିବା ଭେଣ୍ଡରଙ୍କ ଠାରୁ କିଣି ପାରିବେ । ଟିକେଟ୍ ବୁକିଂ ସମୟରେ ଏହି ସୂଚନା ଉପଲବ୍ଧ କରିବାକୁ ହେବ ।
ଏହା ବ୍ୟତୀତ, ଆଇଆରସିଟିସି ଇ-କ୍ୟାଟରିଂ ସୁବିଧା ମାଧ୍ୟମରେ ଯାତ୍ରୀମାନଙ୍କୁ କ୍ୟାଟରିଂ ସେବା ଉପଲବ୍ଧ ହୋଇପାରିବ । ଟ୍ରେନରେ କ୍ୟାଟରିଂ ସେବା ଯୋଗାଣ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରୋଟୋକଲଗୁଡିକର ଅନୁପାଳନ ହେବ । ଟ୍ରେନ୍ ଭିତରେ କୌଣସି ଲିନେନ, କମ୍ବଳ ଏବଂ ପରଦା ଇତ୍ୟାଦି ଯୋଗାଇ ଦିଆଯିବ ନାହିଁ । ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ନିଜର ଲିନେନ ଆଣିବାକୁ ଅନୁରୋଧ କରାଯାଇଛି । ସମସ୍ତ ମଲ୍ଟି ପ୍ରପୋଷ ଷ୍ଟଲରେ ବେଡ୍ରୋଲ୍ କିଟ୍ ମଧ୍ୟ ଉପଲବ୍ଧ ହେଉଅଛି ।
ଷ୍ଟେସନ ଏବଂ ଟ୍ରେନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନଚେତ୍ ଅବମାନନା କରୁଥିବା ଯାତ୍ରୀମାନଙ୍କଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ସମସ୍ତ ଯାତ୍ରୀଙ୍କୁ ରେଳବାଇ ଦ୍ୱାରା ନିର୍ଦ୍ଦିଷ୍ଟ କୋଭିଡ୍ ପ୍ରୋଟୋକଲଗୁଡିକ ପାଳନ କରିବା ସହିତ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ହେବା ପରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଯାତ୍ରୀମାନେ ନିଜ ନିଜର ସାନିଟାଇଜର୍ ସାଙ୍ଗରେ ଆଣିବାକୁ କୁହାଯାଇଥିବାବେଳେ ସାମାଜିକ ଦୂରତା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments (0)
Add Comment