ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ନେଇ ଟ୍ରେନରେ ଯାତାୟତ ପାଇଁ ଲୋକେ ଭୟ କରୁଛନ୍ତିି । କରୋନା ଆତଙ୍କ ସତ୍ୱେ ଲୋକଙ୍କ ସୁବିଧା ପାଇଁ କିଛି ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି ମାତ୍ର ଯାତ୍ରୀଙ୍କ ସଂଖ୍ୟା କମ । ରେଳବାଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାଇ ରାଜଧାନୀ ସ୍ପେଶାଲ ଟ୍ରେନରେ ମେ ୧୩ ରୁ ୨୪ ମଧ୍ୟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ୪୫.୪୭% ଯାତ୍ରୀ ଯାଇଥିବାବେଳେ ନୂଆଦିଲ୍ଲୀରୁ ଭୁବନେଶ୍ୱର ୧୦୪% ଯାତ୍ରୀ ଆସିଛନ୍ତି । ଭୁବନେଶ୍ୱର-ନୂଆଦିଲ୍ଲୀ ପୁରୁଷୋତମ ସ୍ପେଶାଲ ଟ୍ରେନରେ ୭୪.୧୧% ଯାତ୍ରୀ ଯାଇଥିବା ବେଳେ ୮୭.୨୫% ଫେରିଛନ୍ତି । ପୁରୀ -ସିଆଲାଦା ସ୍ପେଶାଲ୍ ଟ୍ରେନରେ୧୩.୬୮% ଯାତ୍ରୀ ଆସିଥିବାବେଳେ ୧୫. ୭୧% ଯାଇଛନ୍ତି । ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୯୫.୩୭% ଯାତ୍ରୀ ଆସିଥିବା ବେଳେ ୫୨,୬୯% ଯାତ୍ରୀ ଯାଇଛନ୍ତି । ଓଡିଶା ଭିତରେ ଯାତାୟତ କରୁଥିବା ସମ୍ବଲପୁର-ଖୋର୍ଦ୍ଧା ରୋଡ ଇଂଟରସିଟି ସ୍ପେଶାଲ ଟ୍ରେନରେ ୧୭,୭୭% ଯାତ୍ରୀ ଆସୁଥିବାବେଳେ ୯.୭୬% ଯାତ୍ରୀ ଯାଇଛନ୍ତି । ଭୁବନେଶ୍ୱର -ବଲାଙ୍ଗୀର ଇଂଟରସିଟି ସ୍ପେଶାଲ ଟ୍ରେନରେ ୨୦.୮୯% ଯାତ୍ରୀ ଯାଉଥିବାବେଳେ୧୭.୭୭% ଯାତ୍ରୀ ଆସିଛନ୍ତି । ଭଦ୍ରକ – ଭୁବନେଶ୍ୱରର ସ୍ୱତନ୍ତ୍ର ଟ୍ରେନରେ ୪.୧%ଯାଇଥିବା ବେଳେ୮.୫୨% ଯାତ୍ରୀ ଆସିଛନ୍ତି । ଭୁବନେଶ୍ୱର-ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନରେ ୧୦.୪୮% ଯାଇଥିବା ବେଳେ ୨୫.୭୬% ଯାତ୍ରୀ ଆସିଛନ୍ତି । ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନରେ ୪୨.୬୭% ଯାତ୍ରୀ ଯାଉଥିବା ବେଳେ ୪୧.୫୮% ଯାତ୍ରୀ ଆସିଛନ୍ତି । ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନରେ ୨୩.୦୫% ଯାଉଥିବା ବେଳେ ୨୦.୪୯ ଯାତ୍ରୀ ଆସିଛନ୍ତି ।