ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ (ନି.ପ୍ର.): ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ମି.ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏଥିସହ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା । ଦିବଂଗତ ଡା.ରଥଙ୍କର ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି ।
ଡା.ରଥ ୧୯୭୬ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିଥିଲେ । ୧୯୬୨ରେ ପାଟନା ବିଶ୍ୱବିଦ୍ୟାଳୟର ସର୍ଜରୀ ବିଭାଗରୁ ସ୍ନାତକୋତର ଶିକ୍ଷା ଲାଭ କରିଥିଲେ । ଏହାପରେ ୧୯୬୫ରେ ସେ ଭେଲୋର ମେଡିକାଲ କଲେଜରୁ ନ୍ୟୁରୋସର୍ଜରୀରେ ସ୍ନାତକୋତର କରିଥିଲେ । ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ସେ ସହକାରୀ ପ୍ରଫେସର ଭାବେ ବୃତିଗତ ଜୀବନ ଆରମ୍ଭ କରିଥିଲେ । ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍ଇଟିର ନିଦେ୍ର୍ଧଶକ ଭାବେ ଅବସର ଗ୍ରହଣ କରିଥିଲେ ।
ଡାକ୍ତର ରଥଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଭିନ୍ନ ଦଳର ନେତୃବର୍ଗ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment