ଡିଆରଡିଓର ୨-ଡିଜି କରୋନା ଔଷଧକୁ ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପ୍ରସ୍ତୁତ କରିଥିବା ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଆଜି ଅନୁମତି ପ୍ରଦାନ କରିଛନ୍ତି । ଏହାର କ୍ଲିନିକାଲ ପରୀକ୍ଷଣ ସଫଳତାର ସହ ଶେଷ ହେବା ପରେ କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ଜରୁରୀ ବ୍ୟବହାର ଲାଗି ଡିସିଜିଆଇ ଆଜି ଅନୁମତି ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଡିସିଜିଆଇ କୋଭାକ୍ସିନ୍‌, କୋଭାସିଲ୍ଡ ଓ ସ୍ପୁଟନିକ୍‌-ଭି କୁ ଅନୁମତି ପ୍ରଦାନ କରିଥିଲେ ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯିବ । ଡିଆରଡିଓର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାଏଡ ସାଇନ୍‌ସେସ୍ (ଆଇଏନ୍‌ଏମ୍‌ଏଏସ) ହାଇଦ୍ରାବାଦ ସେଂଟର ଫର ସେଲ୍ୟୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମ୍‌ବି) ସହିତ ମିଶି ଏହି ଔଷଧ ପ୍ରସ୍ତୁତ କରିଛି । ଏହାର ମାନୁଫାକ୍ଟରିଂ ଦାୟିତ୍ୱ ହାଇଦ୍ରାବାଦ୍‌ସ୍ଥିତ ଡା. ରେଡ୍ଡୀ ଲାବରେଟୋରିଜକୁ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଔଷଧର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି । ଯେଉଁ କରୋନା ରୋଗୀଙ୍କଠାରୁ ଏହି ଔଷଧ ପ୍ରୟୋଗ କରାଯାଇଛି ସେମାନଙ୍କଠାରେ ଦ୍ରୁତ ଆରୋଗ୍ୟ ପରିଲକ୍ଷିତ ହୋଇଛି । ଅନ୍ୟ କରୋନା ରୋଗୀଙ୍କ ତୁଳନାରେ ଏହି ଔଷଧ ବ୍ୟବହାର କରିଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇଛନ୍ତି । ଏହା ସହିତ ରୋଗୀଙ୍କୁ ଅମ୍ଲାଜନା ଉପରେ କମ୍ ନିର୍ଭର କରିବାକୁ ପଡିବ ବୋଲି କୁହାଯାଇଛି ।

Comments (0)
Add Comment