ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

କୋଣାର୍କ : କରୋନା କଟକଣା ସତ୍ତ୍ୱେ ଚଳିତ ବର୍ଷ ରାମଚଣ୍ଡୀର କୁଶଭଦ୍ରା ମୁହାଣ ନିକଟରେ ଆରମ୍ଭ ହେବ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି । ଗୁଜରାଟର କଚ୍ଛଠାରେ ହେଉଥିବା ରେନ୍ ଉତ୍ସବ ଶୈଳୀରେ ଗତବର୍ଷ ଆୟୋଜିତ ହୋଇତିବା ଏହି ଉତ୍ସବ ବେଶ୍‌ ସଫଳ ହୋଇଥିଲା। ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯିବ । ଡିସେମ୍ବର ୧ରୁ  ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ ଆୟୋଜିତ ହେବ । ୩ ମାସ ଧରି ପର୍ଯ୍ୟଟକମାନେ ୫୦ଟି କଟେଜରେ ରହିବା ସହ ରାମଚଣ୍ଡୀର ସ୍ୱର୍ଣ୍ଣାଭ ବେଳାଭୂମି, କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଓ ଆଖପାଖ ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ ।

Comments (0)
Add Comment