ତାମିଲନାଡୁ ପ୍ରେକ୍ଷାଳୟରୁ ହଟିଲା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକ

ଚେନ୍ନାଇ: ତାମିଲନାଡୁ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ତାମିଲ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋସôାହିତ କରିବା ପାଇଁ ରାଜ୍ୟ ସରକାର ନୂତନ ନିଦେ୍ର୍ଧଶନାମା ଜାରି କରିଛନ୍ତି । କରୋନା ଅବଧିରେ ପ୍ରେକ୍ଷାଳୟ ଉପରେ ଲାଗିଥିବା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଏହି ନିଷ୍ପତି ନେବା କ୍ଷେତ୍ରରେ ତାମିଲନାଡୁ ଦେଶର ପ୍ରଥମ ରାଜ୍ୟ । ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରୁ ୫୦ ପ୍ରତିଶତ କ୍ଷମତା ନିୟମକୁ ହଟାଇ , ଏହାକୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । କିନ୍ତୁ କରୋନା ସମ୍ବନ୍ଧୀୟ ଜାରି ଏସ୍ଓପି କୁ ଅନୁସରଣ କରାଯିବ । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଅଭିନେତା ବିଜୟ ଏବଂ ପ୍ରେକ୍ଷାଳୟ ମାଲିକମାନେ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀଙ୍କୁ ନିବେଦନ କରିଥିଲେ ଯେ, ପ୍ରେକ୍ଷାଳୟରେ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ । ସୁରକ୍ଷିତ କୋଭିଡ-୧୯ ପ୍ରୋଟୋକଲ ଅନୁଯାୟୀ, ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକଙ୍କୁ ପେକ୍ଷାଳୟରେ ବସିବାକୁ ୁଅନୁମତି ଦିଆଯାଇଥିଲା ।

Comments (0)
Add Comment