ତାଳଚେର ସାର କାରଖାନା ପ୍ରକଳ୍ପରୁ ବାଦପଡିଲା ଚୀନ କମ୍ପାନୀ !

ନୁଆଦିଲ୍ଲୀ: ଚାଳଚେର ସାର କାରଖାନା ଓ କୋଇଲା ବାସ୍ପିକରଣ ପ୍ରକଳ୍ପରୁ ଚୀନ କମ୍ପାନୀ ବାଦ ପଡିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ଊହାନ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଲିମିଟେଡକୁ ଦିଆଯାଥିବା ତାଳଚେର ସାର ଓ କୋଇଲା ବାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦକରାଯାଇଥିବା କଥା ମନ୍ତ୍ରାଳୟ ଏକ ବିଶେଷସୁତ୍ରରୁ ଜଣାପଡିଛି । ଏସଂକ୍ରାନ୍ତରେ ଅବଗତ ଥିବା ସୁତ୍ର କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଲାଗି ବିମାନ ସେବା ବ୍ୟାହତ ହୋଇଥିବା ଏବଂ ଭିସା ସମସ୍ୟା କାରଣରୁ ଚୀନ କମ୍ପାନୀ କାର୍ଯ୍ୟସ୍ଥଳକୁ ତୁରନ୍ତ ଟେକ୍ନିସିଆନ୍, ଯନ୍ତ୍ରପାତି ଏବଂ ଶ୍ରମିକ ପଠାଇବାରେ ଅସମର୍ଥ ହୋଇପଡିଛନ୍ତି ।କୁହାଯାଉଛି ସଂପ୍ରତି ସୀମାନ୍ତରେ ଚାଲିଥିବା ଭାରତ-ଚୀନ ସାମରୀକ ବିବାଦ ମଧ୍ୟ ଏହି ପ୍ରକଳ୍ପ ଉପରେ ପରୋକ୍ଷ ପ୍ରଭାବ ପକାଇଛି ।, କିନ୍ତୁ ଏଇଟା ଯେ ବାସ୍ତବ କାରଣ ତାହା ନିର୍ଦ୍ଧଷ୍ଟ କରି କହିହେବ ନାହିଁ । ୟୁରିଆ ଉତ୍ପାଦନ ନିମନ୍ତେ କୋଇଲା ବାଷ୍ପିକରଣ ପ୍ରକ୍ରିୟା ପ୍ରୟୋଗ କରାଯିବାରେ ସମଗ୍ର ଭାରତରେ ଏହା ହେଉଛି ପ୍ରଥମ ପ୍ରକଳ୍ପ । କୋଇଲା ବାଷ୍ପିକରଣ ପ୍ରକ୍ରିୟାରେ କୋଇଲାକୁ ‘ସିନ୍ଗ୍ୟାସ୍’ ରେ ପରିବର୍ତନ କରାଯାଏ । ‘ସିନ୍ଗ୍ୟାସ୍’ ହେଉଛି ଉଦ୍୍ଜାନ, କାର୍ବନ ମନୋକ୍ସାଇଡ ଏବଂ କାର୍ବନ ଡାଇଅକ୍ସାଇଡର ମିଶ୍ରଣ । ସମ୍ପୃକ୍ତ ସୁତ୍ର କହିଛନ୍ତି, ଏହି ପ୍ରକଳ୍ପ ଉନ୍ମୁକ୍ତ ଅଛି । ଭାରତ-ଚୀନ ସୀମାନ୍ତ ଆଲୋଚନାକୁ ଚାହିଁ ଏହି ପ୍ରକଳ୍ପର କତୃପକ୍ଷ ଯାହା ନିଷ୍ପତି ନେବେ । ଭାରତ ୟୁରିଆ ଆମଦାନି ଉପରେ ପିର୍ଭର କରୁଥିବା ଏହି ପ୍ରକଳ୍ପ ଗୁରୁତ୍ୱ ରହିଛି । କିନ୍ତୁ, ସର୍ବୋପରେ ଦେଶର ସ୍ୱାର୍ଥ ମହାନ ।

Comments (0)
Add Comment