ତିନି ବିଧାୟକ କୋଭିଡ ପାଇଁ ଦେବେ ଦେଢ କୋଟି

ଭୁବନେଶ୍ୱର : ଦିନକୁ ଦିନ କୋରୋନା କାୟା ବିସ୍ତାର କରିଚାଲିଛି । ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲ୍ରେ ରାଜଧାନୀ ସମତେ ସାରା ରାଜ୍ୟର କୋରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି । ଏହାକୁ ନଜରରେ ରଖି ଯେପରି ଆଗାମୀ ଦିନରେ କୌଣସି କରୋନା ରୋଗୀ ଶଯ୍ୟା ନପାଇ ହଇରାଣ ନହୁଅନ୍ତୁ ସେଥିପାଇଁ ଭୁବନେଶ୍ୱରର ତିନି ବିଧାୟକ ସାହର୍ଯ୍ୟର ହାତ ବଢାଇଛନ୍ତି ।

ବିଧାୟକ ଅଶୋକ ଚନ୍ଦ୍ରପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ନିଜ ନିଜ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଲେଖାଏ ବିଏମ୍ସିକୁ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ କୋଭିଡ କେୟାର ସେଂଟରରେ ୫୦ ଶଯ୍ୟା ପାଇଁ ତିନି ମାସକୁ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ତେରଳୁ ବର୍ତମାନର ପରିିସ୍ଥିତିକୁ ଦେଖି ପ୍ରଥମ ତିନି ମାସ ଏହି ଅର୍ଥ ମଞ୍ଜୁର କରିଛନ୍ତି । ଜୁଲାଇ ଶେଷ ସୁଦ୍ଧା ଏହି କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ହେବ ।

Comments (0)
Add Comment