ତୃଣମୂଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକଙ୍କ ଘରେ ସିବିଆଇ ଚଢ଼ାଉ

କଲକାତା: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଚଢ଼ାଉ କରିଛି। ପଶୁ ଚୋରା ଚାଲାଣ ଏବଂ ବେଆଇନ କୋଇଲା ଖନନ ମାମଲାରେ ସିବିଆଇ ତୃଣମୂଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିନୟ ମିଶ୍ରାଙ୍କ ଘରେ ଚଢ଼ାଉ କରିଛି। ବିନୟଙ୍କ କଲକତାସ୍ଥିତ ୨ଟି ଘର ସମେତ ଅନ୍ୟ କେତେକ ସ୍ଥାନରେ ବି ଚଢ଼ାଉ ଚାଲିଛି। ତେବେ ସେ ଫେରାର ଥିବାରୁ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି।

Comments (0)
Add Comment