ତୃତୀୟ ଟେଷ୍ଟରେ ୯ ୱିକେଟରେ ହାରିଲା ଭାରତ

ଇନ୍ଦୋର : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର-ଗାଭାସ୍କର ଟ୍ରଫି’ର ୩ୟ ଟେଷ୍ଟ୍ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ, ଏହି ମ୍ୟାଚ୍ ଜିଣିବା ପାଇଁ ଭାରତ ପାଇଁ ଯଥେଷ୍ଟ ସୁଯୋଗ ଅଛି ବୋଲି ଦ୍ୱିତୀୟ ଦିବସ ଖେଳ ପରେ ଉମେଶ ଯାଦବ କହିଥିଲେ । ଆଜି ଖେଳ ଆରମ୍ଭର ଦ୍ୱିତୀୟ ବଲରେ ଭାରତୀୟ ବୋଲର ଆର୍.ଅଶ୍ୱିନ୍ ଅଷ୍ଟ୍ରେଲିଆର ଉସ୍ମାନ୍ ଖାୱାଜାଙ୍କୁ ଆଉଟ୍ କରିଥିଲେ । କିନ୍ତୁ, ଏହାହିଁ ଥିଲା ଭାରତ ପାଇଁ ଆଜିର ସାମାନ୍ୟ ସଫଳତା । ଏହାପରେ ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ ଓ ମାର୍ଣ୍ଣସ୍ ଲେବୁସଚେଙ୍ଗ୍ଙ୍କ ବ୍ୟାଟିଙ୍ଗରେ ଅଷ୍ଟ୍ରେଲିଆକୁ ବିଜୟ ପଥରେ ଅଗ୍ରସର କରିଥିଲା । ଟ୍ରେଭିସ୍ ୪୯ ଓ ମାର୍ଣ୍ଣସ୍ ୨୮ ରନ୍ ସଂଗ୍ରହ କରିଥିଲେ । ତୃତୀୟ ଦିବସରେ ମ୍ୟାଚ୍ ଜିଣିବା ପରେ ଅଷ୍ଟ୍ରେଲିଆ ‘ୱାର୍ଲଡ୍ ଟେଷ୍ଟ୍ ଚାମ୍ପିଅନ୍ସିପ୍’ର ଶୀର୍ଷରେ ତା’ର ଆସନ ସୁଦୃଢ଼ କରିବାରେ ସମର୍ଥ ହୋଇଛି । ଚାରି ଶୃଙ୍ଖଳବିଶିଷ୍ଟ ‘ବର୍ଡର-ଗାଭାସ୍କର ଟ୍ରଫି’ ଟେଷ୍ଟ୍ ମ୍ୟାଚରେ ପୂର୍ବରୁ ୨ଟି ମ୍ୟାଚ୍ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି । ଏହାଛଡ଼ା, ଅହମଦାବାଦରେ ଆଉ ଗୋଟିଏ ଟେଷ୍ଟ୍ ବାକି ରହିଛି । ସେଥିରେ ବିଜୟ ଲାଭ କଲେ ଭାରତ ‘ଡବ୍ଲୁଟିସି’ର ଫାଇନାଲରେ ପହଞ୍ଚିବ । ସୂଚନାଯୋଗ୍ୟ, ୩ୟ ମ୍ୟାଚର ଦୁଇଟି ଇନିଙ୍ଗସରେ ଭାରତ ଯଥାକ୍ରମେ ୧୦୯ ଓ ୧୬୩ ରନ୍ ସଂଗ୍ରହ କରିଛି ।

Comments (0)
Add Comment