ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଦେଶର ତଥା ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍ପକଙ୍କୁ ଟିକା କରଣ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । କୋ-ୱନି’ ପୋଟାଲ୍, ଆରୋଗ୍ୟ ସେତୁ ଏବଂ ଉମଙ୍ଗା ଆପ୍ର ଏର୍ହି ଆରମ୍ଭ ହୋଇଇଛି । ଏାହା ଦ୍ୱାରା ୧୮ ବର୍ଷରୁ ୪୪ ବର୍ଷ ବୟସ୍କକଙ୍କୁ ଟିକା ଦାନ କରାଯାଇପାରିବ । ତେବେ ପଞ୍ଜିକରଣ ପରେ ସ୍ଲଟ୍ ବୁକିଂ ହେବ । ଏହି ସ୍ଲଟ୍ରେ କେଉଁ ସମୟରେ କେଉଁଠାରେ ଟିକା ନେବେ ତାହା ଜଣାପଡିବ ।
ସଚନାଯୋଗ୍ୟ ଯେ, ୨୮ ତରିଖରୁ ଏହି ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ସଂକ୍ରାନ୍ତ୍ରେ ସୂଚନା ଦେଇ ନଥିଲେ । ତେଣୁ, ପଞ୍ଜିକରଣ କରାଇବା ପାଇଁ ରାତି ୧୨ଟାରୁ ଲୋକେ ଉଦ୍ୟମ କରି ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।
ଆରୋଗ୍ୟ ସେତରୁ ଅଫିସିଆଲ୍ ଆକାଉଂଟରୁ ଜଣାପଡିଛି ଯେ, ଏପ୍ରିଲ୍ ୨୮ ତାରିଖ ଅପରାହ୍ନ ୪ଟା ବେଳେ ‘ଆରୋଗ୍ୟ ସେତୁ ଆପ୍’ ଏବଂ ‘ଉମଙ୍ଗ ଆପ୍’ ମାଧ୍ୟମରେ ୧୮ ବର୍ଷରୁ ଅଧିକ ବୟସ୍ବର୍ଗଙ୍କ ନିମନ୍ତେ୍ ପଞ୍ଜିକରଣ ଆରମ୍ଭ ହୋଇଛି । ମେ ପହିଲାରେ ଆରମ୍ଭ ହେଉଥିବା ଏହି ଟିକାକରଣ ନିମନ୍ତେ କେତେ ଟିକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି ଏବଂ ଟିକା ନେବା ପାଇଁ କେବେ ସୁବିଧା ମିଳିବ ତାହା ରାଜ୍ୟ ସରକାରଙ୍କ କେନ୍ଦ୍ର ଏବଂ ଘରୋଇ କେନ୍ଦ୍ରମାନଙ୍କ ଉପରେ ନିର୍ଭର କରେ ।
ମେ’ ୧ତାରିଖରୁ ୧୮ ବର୍ଷ ଏବଂ ତାହାଠୁ ଅଧିକ ବୟସ୍କ ବୟସବର୍ଗଙ୍କ ନିମନ୍ତେ କେନ୍ଦ୍ର ସରକାର କୋଭିଡ-୧୯ ଟିକାକରଣ ଅଭିଯାନ ସମ୍ପ୍ରସାରିତ କରିଛନ୍ତି । ତେବେ ଏହି ଟିକାକରଣ ଟିକା ଅଭାବରୁ ବିଳମ୍ବ ହୋଇପାରେ ବୋଲି ଓଡିଶା ସମେତ ବହୁ ରାଜ୍ୟ ଆଶଙ୍କା ପ୍ରକାଶ କରିଛି ।

Comments (0)
Add Comment