ତୌଳ ଦଳ ବୃଦ୍ଧି ପ୍ରତିବାଦରେ ରାହୁଲ୍‌ଙ୍କ ସାଇକେଲ୍ ରାଲି

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଥିବା ତୈଳ ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ବିରୋଧି ଦଳ ପକ୍ଷରୁ ପାର୍ଲାମେଂଟ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୧୭ଟି ବିରୋଧି ଦଳର ସାଂସଦ ମାନେ ସାଇକେଲ୍ ରାଲି କରି ପାର୍ଲାମେଂଟ ଅଭିମୁଖେ ଯାତ୍ରା କରିଥିଲେ । ଏଥି ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ସକାଳ ଜଳଖିଆ ଶେଷ କରିବା ପରେ ରାହୁଲ ଗାନ୍ଧୀ ସଂସଦ ଅଭିମୁଖେ ସାଇକେଲ ରାଲି କରିିଥିବା ଦେଖାଯାଇଛି । ରାହୁଲ ଗାନ୍ଧୀଙ୍କ ସହ ସକାଳ ଜଳଖିଆରେ ୧୭ଜଣ ବିରୋଧୀ ନେତା ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି ।
ଗତ ସପ୍ତାହରେ ସୋମବାର ଦିନ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ସଂସଦରେ ଟ୍ରାକ୍ଟର ରାଲି କରି ପହଞ୍ଚିଥିଲେ । ଏନେଇ ଦିଲ୍ଲୀ ପୁଲିସ ରଣଦୀପ ସିଂ ସୁରଜେୱାଲା ଏବଂ ଦୀପେନ୍ଦ୍ର ସିଂ ହୁଡାଙ୍କ ସମେତ ୬ଜଣ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା ।
“ମୁଁ ସଂସଦକୁ କୃଷକଙ୍କ ବାର୍ତ୍ତା ଆଣିଛି । ସରକାର କୃଷକଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସଂସଦରେ ଆଲୋଚନା ହେବାକୁ ଦେଉ ନାହାଁନ୍ତି । ସରକାରଙ୍କୁ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପଡିବ । ସମଗ୍ର ଦେଶ ଜାଣଛି ଯେ, ଏହି ଆଇନଗୁଡିକ କେବଳ ୨-୩ଟି ବଡ଼ ବ୍ୟବସାୟୀଙ୍କୁ ସାହାଯ୍ୟ କରିବ ବୋଲି ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲିରେ କହିଥିଲେ । ତେବେ ଆଜି ମୌସୁମୀ ଅଧିବେସନର ତୃତୀୟ ସପ୍ତାହର ଦ୍ୱିତୀୟ ଦିନ । ଗତ ଦୁଇ ସପ୍ତାହ ଧରି ସଂସଦର ଦୁଇଟି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରିନାହିଁ ।

Comments (0)
Add Comment